କଟକ, ୫ା୮:ଭିଜିଲାନ୍ସ ଜାଲରେ ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ(ଓବିସିସି)ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥ। ତାଙ୍କ ୧୨ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢ଼ଉ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ କଟକ ବାରବାଟୀ ଷ୍ଟାଡିୟମରେ ଥିବା କାର୍ଯ୍ୟାଳୟ ସମେତ କଟକ, ଭୁବନେଶ୍ୱର, ଭଦ୍ରକ, ଯାଜପୁର ଓ ଖୋର୍ଦ୍ଧାର ୧୨ଟି ଠିକଣାରେ ଖୋଳତାଡ଼ କରୁଛନ୍ତି ଭିଜିଲାନ୍ସ ଟିମ୍।ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୁଣି ଜଣେ ବଡ଼ ଅଧିକାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଏକକାଳୀନ ୧୨ଟି ସ୍ଥାନରେ ଚଢ଼ାଉ କରିଛି। କଟକ,ଖୋର୍ଦ୍ଧା, ଭଦ୍ରକଓ ଯାଜପୁର ଓ ଭୁବନେଶ୍ୱରର ୧୨ଟି ସ୍ଥାନରେ ଚଢ଼ାଉ କରାଯାଇଛି।ପ୍ରଦୀପଙ୍କ ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଘର ଓ ଚନ୍ଦ୍ରଖେଶରପୁରରେ ଥିବା ଆପାର୍ଟମେଣ୍ଟ ,ଭଦ୍ରକ ଆଚାର୍ଯ୍ୟ ନଗରରେ ଥିବା ଘର, ଆଗରପଡ଼ାରେ ଥିବା ପୈତୃକଘର ଓ କଟକ ବାରବାଟୀ ଷ୍ଟାଡିୟମ୍ ପରିସରରେ ଥିବା ଅଫିସରେ ଏହି ଚଢ଼ାଉ କରାଯାଇଛି।ପ୍ରଦୀପଙ୍କ ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଘର ଓ ଚନ୍ଦ୍ରଖେଶରପୁରରେ ଥିବା ଆପାର୍ଟମେଣ୍ଟ ,ଭଦ୍ରକ ଆଚାର୍ଯ୍ୟ ନଗରରେ ଥିବା ଘର, ଆଗରପଡ଼ାରେ ଥିବା ପୈତୃକଘର ଓ କଟକ ବାରବାଟୀ ଷ୍ଟାଡିୟମ୍ ପରିସରରେ ଥିବା ଅଫିସରେ ଏହି ଚଢ଼ାଉ କରାଯାଇଛି।ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟରେ ପ୍ରଦୀପଙ୍କ ପୁଅ ନାଁରେ ଥିବା ମେଡିସିନ ଦୋକାନରେ ଚଢ଼ାଉ କରାଯାଇଥିବା ସୂଚନା ରହିଛି। ପ୍ରଦୀପଙ୍କ ଯାଜପୁର ଓ ଖୋର୍ଦ୍ଧାରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି।ପ୍ରଦୀପ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଅଧିକାରୀ ଘଟଣାର ତଦନ୍ତ କରି ଆଜି ଭୋର ପ୍ରାୟ ୪ଟା ସମୟରେ ୧୨ ଟି ସ୍ଥାନରେ ଚଢ଼ାଉ କରିଛନ୍ତି। ଏହି ଚଢ଼ାଉରେ ୯ ଡିଏସପି ସହ ୧୧ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |