ଡାବୁଗାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ।

 ନବରଙ୍ଗପୁର(ମିହିର ଶଙ୍କର ପାତ୍ର) :-ଆଜି ସଖାଳ 9ଘଣ୍ଟା ସମୟରେ ଡାବୁଗାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହେଲା ଏଵଂ ଦିନ 12 ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ଜ୍ଞାନ ବିଜ୍ଞାନ ମେଳା। ଶିଶୁ ବିଦ୍ୟା ମନ୍ଦିରର ତୃତୀୟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଆଜି ଏହି ମେଳା ରେ ଭାଗ ନେଇ ବବିଭିନ୍ନ ପ୍ରକଳ୍ପ ଆଣିଥିଲେ ଏଵଂ ଆମ ଦୈନନ୍ଦିନ ଜୀବନରେ ସେଗୁଡିକ କିଭଳି ସାହାଯ୍ୟ କରିପାରିବ ସେ ବିଷୟରେ ବହୁତ ସୁନ୍ଦର ଭାବରେ ଆଲଚନା ମାଧ୍ୟମରେ ବୁଝାହାଉଥିଲେ। ଆଜିର କାର୍ଯ୍ୟକ୍ରମ ବିଦ୍ୟାଳୟର ମୁଖ୍ୟ ଆଚାର୍ଯ୍ୟ ସତ୍ୟନାରାୟଣ ଚୌଧୁରୀ ଙ୍କ ଅଧକ୍ଷତା ରେ ଏଵଂ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ ଅନୁଷ୍ଠିତ ହେଲା। ଏଵଂ ଛାତ୍ର ଛାତ୍ରୀ ମାନଙ୍କ ସହ ଅଭିଭାବକ, ଗ୍ରାମବାସୀ ଏଵଂ ଜନପ୍ରତିନିଧି ମାନେ ମାନେ ମଧ୍ୟ ଆସୁଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!