ଭୁବନେଶ୍ୱର,୭।୮: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜ୍ୟର ସମସ୍ତ ବର୍ଗର କର୍ମଚାରୀଙ୍କ ଗୁପ୍ତ ଚରିତ୍ର ପଞ୍ଜିକାରୁ ‘୫ଟି ଚାର୍ଟର’ ଓ ‘ମୋ ସରକାର’କୁ ହଟାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।ରାଜ୍ୟର ସମସ୍ତ ବର୍ଗର କ, ଖ ଏବଂ ଗ କର୍ମଚାରୀଙ୍କ ପାଇଁ ଅଦ୍ୟ ବିଦ୍ୟମାନ ଥିବା PAR/CCR ଫରମାଟରୁ ୫ଟି ଚାର୍ଟର ପ୍ରତ୍ୟାହାର କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।ବିଜ୍ଞପ୍ତିରେ କୁହାଯାଇଛି ଯେ, ରାଜ୍ୟ ସରକାର ହୃଦୟଙ୍ଗମ କଲେ ଯେ, ବର୍ତ୍ତମାନ ପରିପ୍ରେକ୍ଷୀରେ ୫ଟି ଚାର୍ଟର ଓ ମୋ ସରକାରର କୌଣସି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ନାହିଁ। ଏହି ଉପାଦାନଗୁଡିକ ରାଜ୍ୟର ସମସ୍ତ ବର୍ଗର କ,ଖ, ଏବଂ ଗ କର୍ମଚାରୀଙ୍କ ପାଇଁ PAR/CCR ଫରମାଟରୁ ପ୍ରତ୍ୟାହାର କରାଯାଉଛି। ୨୦୧୯-୨୦ ପୂର୍ବରୁ ପ୍ରଚଳିତ PAR/CCR ଫରମାଟକୁ ୨୦୨୪-୨୫ ଠାରୁ ପୁନଶ୍ଚ ପ୍ରଚଳନ କରିବାକୁ ସରକାର ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |