୩ରେ ରାଜ୍ୟ ସଭା ଉପ ନିର୍ବାଚନ

ନୂଆଦିଲ୍ଲୀ,୭।୮: ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୧୨ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ୩ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଏହି ୧୨ଟି ଆସନ ମଧ୍ୟରେ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ରହିଛି। ବିଜେଡି ପକ୍ଷରୁ ରାଜ୍ୟସଭାକୁ ଯାଇଥିବା ମମତା ମହାନ୍ତ ସାଂସଦ ପଦରୁ ଇସ୍ତଫା ଦେବା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଥିଲା। ଏବେ ଉକ୍ତ ଆସନ ପାଇଁ ନିର୍ବାଚନ ହେବ।ଉପ ନିର୍ବାଚନ ପାଇଁ ଅଗଷ୍ଟ ୧୪ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଅଗଷ୍ଟ ୨୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ। ଅଗଷ୍ଟ ୨୬ ଓ ୨୭କୁ ନାମାଙ୍କନ ପ୍ରତ୍ୟାହାର ପାଇଁ ରଖାଯାଇଛି। ଏହାପରେ ଆବଶ୍ୟକ ପଡ଼ିଲେ ସେପ୍ଟେମ୍ବର ୩ରେ ହେବ ଭୋଟ ଗ୍ରହଣ ହେବ ବୋଲି ଭାରତୀୟ ନିର୍ବାଚନ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!