ଘେରିବନ୍ଧରେ ଘାଇ, ବହୁ ଚାଷ ଜମିରେ ସମୁଦ୍ରର ଲୁଣି ପାଣି

କେନ୍ଦ୍ରାପଡ଼ା,୮ା୮ :  କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ନାଞ୍ଜୁରା ପଞ୍ଚାୟତ ପାଣିଖିଆ ଗ୍ରାମ ନିକଟ ଘେରିବନ୍ଧରେ ଘାଇ ସୃଷ୍ଟି ହୋଇଛି। ଫଳରେ ବହୁ ଚାଷ ଜମିରେ ସମୁଦ୍ରର ଲୁଣି ପାଣି ମାଡ଼ି ଆସିଛି। ଏଥିଯୋଗୁ ଚଳିତ ଖରିଫ ଋତୁରେ ଶତାଧିକ ଏକର ଜମିରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ବୋଲି ଗ୍ରାମର ଗଜେନ୍ଦ୍ର ମାରାଣ୍ଡି, ସୁନା ଟୁଡୁ, ରମେଶ ମାରାଣ୍ଡି, ପୂର୍ଣ୍ଣ ଚନ୍ଦ୍ର ଟୁଡୁ, ନବ ମାରାଣ୍ଡି, ସୁନା ମାରାଣ୍ଡି, ଚରଣ ଟୁଡୁ, ଗୁରୁଭା ହାଁସଦା, ନୁଗୁର୍‌ ସୋରେନ ପ୍ରମୁଖ ଚାଷୀ ଅଭିଯୋଗ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଏହି ଗାଁରେ ୫୭ ପରିବାରର ପ୍ରାୟ ୩୫୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି।  ଚାଷ ବ୍ୟତୀତ ଏହି ସାନ୍ତାଳୀମାନଙ୍କ ଅନ୍ୟ କୌଣସି ରୋଜଗାର ପନ୍ଥା ନ ଥିବାରୁ ସେମାନଙ୍କ ମଧ୍ୟରୁ ୭୦ରୁ ଊର୍ଦ୍ଧ୍ୱ ଦାଦନ ଖଟିବାକୁ ରାଜ୍ୟ ବାହାରେ ରହୁଛନ୍ତି। ଏହି ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ। ସାମୁଦ୍ରିକ ଝଡ଼ ସୃଷ୍ଟି ହେଲେ କେବଳ ଭଗବାନକୁ ଭରସା କରି ଏହି ଗ୍ରାମର ଲୋକମାନେ ରହିଥାଆନ୍ତି। ଆଜି ପର୍ଯ୍ୟନ୍ତ ଏହି ଗାଁକୁ କୌଣସି ସରକାରୀ ପଦାଧିକାରୀ ଆସି ନ ଥିବା ଗ୍ରାମବାସୀ   କହିଛନ୍ତି। ଏଥିପାଇଁ ଏହି ଗାଁର ବିକାଶ ସପ୍ନ ହୋଇଯାଇଛି। ଏ ସଂକ୍ରାନ୍ତରେ ବିଡିଓ ସାଗର ରଞ୍ଜନ ନନ୍ଦଙ୍କୁ ପଚାରିବାରୁ ଉପରୋକ୍ତ ଗାଁର ସମସ୍ୟା ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!