ବସ୍‌-ଟ୍ୟାଙ୍କର ଧକ୍କା , ୧୦ ଯାତ୍ରୀ ଆହତ

କେନ୍ଦ୍ରାପଡ଼ା,୮ା୮: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ହଜାରୀ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ତେଲ ଟ୍ୟାଙ୍କରକୁ ଧକ୍କା ଦେଇଛି। ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ହଜାରୀ ଛକରେ ବସ୍ ଓ ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ୧୦ଜଣ ବସ୍ ଯାତ୍ରୀ ଗୁରୁତର ଅଛନ୍ତି। ଦୁର୍ଘଟଣା ଘଟିବା ମାତ୍ରେ ସଙ୍ଗେ ସଙ୍ଗେ ଏହି ଗୁରୁତରଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପାରାଦୀପରୁ ଚଣ୍ଡିଖୋଲ ଯାଉଥିଲା ଏହି ଯାତ୍ରୀବାହୀ ବସ୍‌। କେନ୍ଦ୍ରାପଡା ମାର୍ଶାଘାଇ ୫୩ ନମ୍ବର ରାଜପଥରେ ଥିବା ହଜାରୀ ଛକରେ ବସକୁ ତେଲ ଟ୍ୟାଙ୍କର ଧକ୍କା ଦେଇଥିବା ଜଣାପଡିଛି। ଏହାପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଡକାଇ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ତେବେ ଏହି ବସରେ ୩୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!