କୋଲକାତା,୮ା୮: ବାମପନ୍ଥୀ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କର ଆଜି ଦକ୍ଷିଣ କୋଲକାତା ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ଧରି ଅସୁସ୍ଥ ଥିଲେ ଏବଂ ଶ୍ୱାସକ୍ରିୟା ଜନୀତ ରୋଗରେ ପୀଡ଼ିତ ଥିଲେ। ଯାହା ଦ୍ବାରା ତାଙ୍କୁ ବାରମ୍ବାର ଡାକ୍ତରଖାନାରେ ଭର୍ତ୍ତି କରାଯାଉଥିଲା। ଗତ ବର୍ଷ ନିମୋନିଆରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଲାଇଫ୍ ସପୋର୍ଟରେ ରଖିବାକୁ ପଡିଥିଲା।ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ନିଃଶ୍ୱାସ ପ୍ରକ୍ରିୟାରେ କଷ୍ଟ ଅନୁଭବ କରୁଥିବାରୁ ତାଙ୍କୁ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଘରେ ତାଙ୍କର ଚିକିତ୍ସା ଚାଲିଥିଲା। ମାତ୍ର ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବୁଦ୍ଧଦେବଙ୍କ ପତ୍ନୀ ଓ ଏକମାତ୍ର ଝିଅ ଅଛନ୍ତି। ଅସୁସ୍ଥତା ହେତୁ ଦୀର୍ଘ ଦିନ ହେଲା ସେ ସର୍ବସାଧାରଣ ସ୍ଥାନକୁ ଯାଉ ନ ଥିଲେ।ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଜନ୍ମ ୧୯୪୪ ମସିହା ମାର୍ଚ୍ଚ ମାସରେ ଉତ୍ତର କୋଲକତାରେ ହୋଇଥିଲା। ସେ କୋଲକତାର ପ୍ରତିଷ୍ଠିତ ପ୍ରସିଡେନ୍ସି କଲେଜରୁ ବଙ୍ଗାଳି ସାହିତ୍ୟରେ ଅନର୍ସ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ସିପିଆଇ(ଏମ୍)ରେ ସାମିଲ ହୋଇଥିଲେ। ଏଥିସହ ସେ ସିପିଆଇର ଯୁବା ଶାଖା ଡେମୋକ୍ରାଟିକ୍ ୟୁଥ ଫେଡେରେସନର ରାଜ୍ୟ ସଚିବ ପଦ ସମ୍ଭାଳିଥିଲେ। ଏହାପରେ ଡେମୋକ୍ରାଟିକ୍ ୟୁଥ ଫେଡେରେସନର ବିଲୟ ହୋଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |