ଭୁବନେଶ୍ୱର, ୮ା୮:ରାଜ୍ୟବାସୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଏଟିଏମ୍ରୁ ବାହାରିବ ଚାଉଳ । ପୂର୍ବରୁ ଆପଣ ଏଟିଏମ୍ରୁ ଟଙ୍କା ଉଠାଉଥିଲେ । ଏବେ ଏଟିଏମ୍ରୁ ଆପଣ ଉଠାଇ ପାରିବେ ଚାଉଳ । ଭୁବନେଶ୍ୱରରେ ଖୋଲିଛି ଦେଶର ପ୍ରଥମ ଚାଉଳ ଏଟିଏମ୍ । ମଞ୍ଚେଶ୍ବର ସ୍ଥିତ ଚାଉଳ ଗୋଦାମଠାରେ ଖୋଲିଛି ଏହି ରାଇସ୍ ଏଟିଏମ୍ । ଏହି ଚାଉଳ ଏଟିଏମ୍କୁ ଉଦଘାଟନ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହି ଏଟିଏମରୁ ଜଣେ ହିତାଧିକାରୀ ନିଜ କାର୍ଡ ନମ୍ବର ମାରି ଥମ୍ବ ସ୍କାନ କରି ଚାଉଳ ନେଇପାରିବେ। ଏହି ଏଟିଏମ୍ ସ୍ଥାପନ ହେବାରେ ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।ଏହି ଶସ୍ୟ ଏଟିଏମ ଚୋରି, ଦଲାଲି ଆଦି ବେଆଇନ୍ କାର୍ଯ୍ୟରେ ରୋକ ଲଗାଇବ ବୋଲି କୁହାଯାଉଛି । ଏଣିକି ହିତାଧିକାରୀମାନେ ଆଉ ଡିଲରଙ୍କ ପାଖରେ ଆଣ୍ଠେଇବେ ନାହିଁ । ସମସ୍ତ ହିତାଧିକାରୀମାନେ ଏହି ଏଟିଏମରୁ ଚାଉଳ, ଗହମ ନେଇ ପାରିବେ । ସୂଚନାଯୋଗ୍ୟ ଯେ, ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରରେ ରାଜ୍ୟର ପ୍ରଥମ ‘ଗ୍ରେନ ଏଟିଏମ୍’ ପ୍ରତିଷ୍ଠା ହେବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ଏନେଇ ଗତବର୍ଷ ଡିସେମ୍ବର ମାସରେ ସୂଚନା ଦିଆଯାଇଥିଲାବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫପି) ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମିଳିତ ସହଯୋଗରେ ଏହି ଏଟିଏମ୍ ସ୍ଥାପନ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ଏହି ଏଟିଏମ ବସିବା ଫଳରେ ରାଶନକାର୍ଡଧାରୀମାନେ ଆଉ କଣ୍ଟ୍ରୋଲ ଦୋକାନ ଆଗରେ ଲମ୍ବା ଲାଇନ ଲଗାଇ ଛିଡ଼ା ହେବେ ନାହିଁ । ଲୋକମାନେ ଟିପ ଚିହ୍ନରେ ବାୟୋମେଟ୍ରିକ ଯାଞ୍ଚ କରିବା ପରେ ଏଟିଏମରୁ ଟଙ୍କା ଭଳି ଚାଉଳ ବାହାରିବ । ତେବେ ଏହି ସୁବିଧା ପାଇବାକୁ ହେଲେ ଜଣେ ହିତାଧିକାରୀଙ୍କୁ ପ୍ରଥମେ ଉକ୍ତ ମେଶିନରେ ବାୟୋମେଟ୍ରିକ, ରାଶନ କାର୍ଡ, ଆଧାର କାର୍ଡ ଦେବାକୁ ପଡ଼ିବ । ତେବେ ଏହି ମେଶିନକୁ ଇଂରାଜୀ ବଦଳରେ ସମ୍ପୂର୍ଣ୍ଣ ଓଡ଼ିଆ ଭାଷାରେ କରାଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଏହି ଏଟିଏମରେ ୨୪ ଘଣ୍ଟିଆ ଚାଉଳ / ଗହମ ଉପଲବ୍ଧ ହେବ । ଦେଶରେ ପ୍ରଥମେ ହରିୟାଣାରେ ଏହି ସେବା ଆରମ୍ଭ ହୋଇଥିବା ବେଳେ ମାତ୍ର ହାତଗଣତି କିଛି ରାଜ୍ୟରେ ଏହା ଆରମ୍ଭ ହୋଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |