ଭୁବନେଶ୍ୱର,୯।୮:ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଖୋଲାଯିବା ପରେ ବଢୁଛି ମହାନଦୀର ଜଳସ୍ତର। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇଥିଲା । ସେଥିପାଇଁ ଡ୍ୟାମର ଆଉ ୬ଟି ଗେଟକୁ ଖୋଲାଯାଇଛି । ବର୍ତ୍ତମାନ ମୋଟ ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଜଳ ଭଣ୍ଡାରରୁ ଜଳ ଛଡ଼ାଯିବା ପରେ ଏବେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି । କଟକର ମୁଣ୍ଡଳୀ ଠାରେ ୫.୭୮ ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି । ଏପରି ସ୍ଥିତିରେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ବଢ଼ିଯାଇଛି ।କଟକ ମୁଣ୍ଡଳୀରେ ମହାନଦୀ ଜଳସ୍ତର କ୍ରମାଗତ ବୃଦ୍ଧି ପାଇବାକୁ ଲାଗିଛି। ଆଜି କଟକର ମୁଣ୍ଡଳି ଦେଇ ୫ ଲକ୍ଷ ୭୮ ହଜାର କ୍ୟୁକେସ୍ ବନ୍ୟା ପାଣି ପ୍ରବାହିତ ହେଉଛି। ମହାନଦୀର ଜଳସ୍ତର ବଢୁଥିବାରୁ ଅବବାହିକାରେ ଥିବା ୧୦ ଜିଲ୍ଲାର ଜିଲ୍ଳାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଖୋଲାଯିବା ପରେ ବଢୁଛି ମହାନଦୀର ଜଳସ୍ତର। କଟକ ମୁଣ୍ଡଳୀରେ ମହାନଦୀ ଜଳସ୍ତର କ୍ରମାଗତ ବୃଦ୍ଧି ପାଇବାକୁ ଲାଗିଛି। ଆଜି କଟକର ମୁଣ୍ଡଳି ଦେଇ ୫ ଲକ୍ଷ ୭୮ ହଜାର କ୍ୟୁକେସ୍ ବନ୍ୟା ପାଣି ପ୍ରବାହିତ ହେଉଛି। ମହାନଦୀର ଜଳସ୍ତର ବଢୁଥିବାରୁ ଅବବାହିକାରେ ଥିବା ୧୦ ଜିଲ୍ଲାର ଜିଲ୍ଳାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |