ଢାକା,୧୩।୮: ଭାରତରେ ଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ କରାଯାଇଛି ।ଗତ ମାସରେ ହୋଇଥିବା ହିଂସାକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଶେଖ୍ ହସିନା ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ମଙ୍ଗଳବାର ଗଣମାଧ୍ୟମ ରିପୋର୍ଟରୁ ଏହି ଖବର ସାମ୍ନାକୁ ଆସିଛି। ବାଂଲାଦେଶରେ ହିଂସା ଏବଂ ସରକାର ଭାଙ୍ଗିବା ପରେ ଶେଖ୍ ହସିନାଙ୍କ ବିରୋଧରେ ଏହା ପ୍ରଥମ ମାମଲା। ବାଂଲାଦେଶୀ ଗଣମାଧ୍ୟମ ଅନୁଯାୟୀ, ଜୁଲାଇ ୧୯ରେ ପୁଲିସ ଗୁଳିରେ ନିହତ ହୋଇଥିବା ତେଜରାତି ଦୋକାନ ମାଲିକ ଅବୁ ସଇଦଙ୍କ ଶୁଭ ଚିନ୍ତକମାନେ ଏହି ମାମଲା ଦାୟର କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |