ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୧୫ା୮ :-ପାପଡାହାଣ୍ଡି ଶହୀଦ ମୀନାର୍ ଠାରୁ ଡାବୁଗାଁ କଇଲାରୀ ଗ୍ରାମ ପର୍ଯ୍ୟନ୍ତ ତ୍ରୀରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୟୀ, ଏବଂ ଝରିଗାଁ ବିଧାୟକ ନରସିଂହ ଭତ୍ରା ତୀରଙ୍ଗା ଯାତ୍ରା ରେ ସାମିଲ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର, ଜିଲ୍ଲା ସଂପାଦକ ଅରୁଣ ପ୍ରସନ୍ନ ନାୟକ, ମଣ୍ଡଳ ସଭାପତି ଜେ ରାଜଶେଖର ରାଓ, କ୍ଷେତ୍ରମୋହନ ପାତ୍ର, କେ କ୍ରୀଷ୍ଣା ରାଓ, ଟୁକୁ ପାଣିଗ୍ରାହୀ, ଜଗଦୀଶ ଭତ୍ରା, ଉପ ସଭାପତି ବଣ୍ଟି ସିଂ, ସାଧାରଣ ସଂପାଦକ ଭୀମସେନ ଜେନା, ହରିହର ଡଙ୍ଗରୀ, ଲକ୍ଷ୍ମୀ ଜାନୀ, କାଞ୍ଚନ ହରିହର, ଆସ୍ତମା ଗୌଡ, ଦୀପା ହରିଜନ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ପାପଡାହାଣ୍ଡି ଶହୀଦ ମୀନାର୍ ଠାରୁ ଡାବୁଗାଁ କଇଲାରୀ ଗ୍ରାମ ପର୍ଯ୍ୟନ୍ତ ଏକ ବିଶାଳ ମଟରସାଇକେଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |