ରାଜନଗର,୧୫ା୮ : ଘରେ ନିଆଁଲାଗି ଜୀବନ୍ତ ଜଳିଗଲେ ଭାଇଭଉଣୀ।ସ୍ବାଧୀନତା ଦିବସରେ ଅଭାବନୀୟ ତଥା ଦୁଃଖଦ ଘଟଣା ଘଟିଯାଇଛି। ଗ୍ୟାସ୍ଟାଙ୍କିରୁ ବିସ୍ଫୋରଣ ହୋଇ ଘର ସହ ଜଳି ଯାଇଛନ୍ତି ଭଉଣୀ-ଭାଇ। କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଳରାମପୁର ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି। ଆଜି ସକାଳେ ଭଉଣୀ-ଭାଇ ସ୍କୁଲରୁ ଫେରି ଘରେ ଥିବା ବେଳେ ନିଆଁ ଲାଗିଯାଇଥିଲା। ସକାଳ ପ୍ରାୟ ୮ଟାରେ ସୁକାନ୍ତ ସାହାଣୀଙ୍କ ଘରେ ଗ୍ୟାସ୍ ଟାଙ୍କି ଫାଟିଯିବାରୁ ବିସ୍ଫୋରଣ ହୋଇଥିଲା। ଘର ଭିତରେ ଦୁଇ ଭଉଣୀ-ଭାଇ ଥିବା ବେଳେ ବିସ୍ଫୋରଣରେ ଉଭୟଙ୍କ ସମ୍ପୂର୍ଣ୍ଣ ପୋଡ଼ି ଯାଇଛନ୍ତି। ନିକଟରେ ଥିବା ମା’ ଘରେ ନିଆଁ ଲାଗି ଯିବା ଦେଖି ଉଭୟଙ୍କୁ ଉଦ୍ଧାର କରିବାକୁ ଘର ଭିତରକୁ ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁର କୋପରେ ସେ ଯାଇ ପାରି ନ ଥିଲେ। ବିସ୍ଫୋରଣ ପରେ ନିଆଁ ବ୍ୟାପିବାରୁ ଉଭୟଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇ ନ ଥିଲା। ମୃତକ ହେଲେ ୧୧ ବର୍ଷର ଅନୁପମା ସାହାଣୀ ଓ ଭାଇ ରିଷି ସାହାଣୀ। ଖବର ପାଇ ଦମକଳ ବାହିନୀ ପହଞ୍ଚିଥିଲେ ମଧ୍ୟ ଭଉଣୀ ଭାଇଙ୍କୁ ଉଦ୍ଧାର କରିବା ବେଳକୁ ଦୁଇ ଜଣ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲେ। ସ୍ଥାନୀୟ ବିଧାୟକ ଓ କେନ୍ଦ୍ରାପଡ଼ା ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଏସ୍ପି ସିଦ୍ଧାର୍ଥ କାଟରିଆ ପହଞ୍ଚି ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |