ଭୁବନେଶ୍ୱର,୧୫।୮:ସାରା ଦେଶ ଆଜି ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳାମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି।ଋତୁସ୍ରାବ ହେଲେ କର୍ମଜୀବୀ ମହିଳା ପାଇବେ ଦିନେ ଛୁଟି। ସରକାରୀ ଓ ବେସକାରୀ ମହିଳା କର୍ମଚାରୀଙ୍କୁ ମିଳିବ ଏହି ସୁବିଧା। ସମଗ୍ର ରାଜ୍ୟରେ ଲାଗୁ ହେବ ଏହି ନିୟମ। ସେ କହିଛନ୍ତି ଯେ, ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ଦିନେ ଛୁଟି ମିଳିବ। ସରକାରୀ ଓ ଘରୋଇ ମହିଳା କର୍ମଚାରୀ ଦିନକ ପାଇଁ ଛୁଟି ନେଇପାରିବେ। ଋତୁସ୍ରାବ ଦିନ କିମ୍ବା ଦ୍ୱିତୀୟ ଦିନ ଏହି ଛୁଟି ନେଇପାରିବେ। କଟକରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |