କଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର,୧୬ା୮:  କଂଗ୍ରେସ ଛାଡ଼ିଲେ ବିଜୟ ପଟ୍ଟନାୟକ। ଆଜି ସେ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।ଏଆଇସିସିକୁ ମେଲ୍ ଜରିଆରେ ଇସ୍ତଫାପତ୍ର ପଠାଇ କଂଗ୍ରେସ ଛାଡ଼ିଛନ୍ତି ବିଜୟ ।  ମେଲ୍‌ ମାଧ୍ୟମରେ ସେ ନିଜର ଇସ୍ତଫାପତ୍ର ଏଆଇସିସିକୁ ପଠାଇ ଦେଇଛନ୍ତି। ଇସ୍ତଫା ପରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, କୌଣସି ରାଜନୈତିକ ଦଳକୁ ଯିବେନାହିଁ। ଲୋକଙ୍କ ପାଖକୁ ଯିବେ ବୋଲି ସେ କହିଛନ୍ତି।ଓଡ଼ିଶାର ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ ୨୦୨୩ ମସିହା ଫେବ୍ରୁଆରୀ ମାସରେ କଂଗ୍ରେସରେ ଯୋଗଦେଇଥିଲେ। ଦିଲ୍ଲୀ ଯାଇ ସେ କଂଗ୍ରେସରେ ମିଶିଥିଲେ। କଂଗ୍ରେସରେ ମିଶିବା ପରେ ତାଙ୍କୁ ନୂଆ ଦାୟୀତ୍ୱ ଦିଆଯାଇଥିଲା। ପ୍ରଚାର କମିଟି ଅଧ୍ୟକ୍ଷ କରାଯାଇଥିଲା। ହେଲେ ନିର୍ବାଚନ ପୂର୍ବରୁ ତାଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବାହାର କରି ଦିଆଯାଇଥିଲା। ଯେଉଁଥିପାଇଁ ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା।୨୦୨୪ ସାଧାରଣ ନିର୍ବାଚନରେ ଶ୍ରୀ ପଟ୍ଟନାୟକ ପାରଳାଖେମୁଣ୍ଡିରୁ ନିର୍ବାଚନ ଲଢ଼ି ଥିଲେ। ହେଲେ ସେହି ନିର୍ବାଚନରେ ସେ ପରାଜୟ ବରଣ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!