ଅତି ଜରୁରୀ ନ ଥିଲେ ଆସନି SCB

କଟକ,୧୬ା୮: ଅତିଜରୁରୀ ନ ଥିଲେ କେହି ଏସ୍‌ସିବି ମେଡିକାଲ ଆସନ୍ତୁ ନାହିଁ ବୋଲି ଅଧୀକ୍ଷକ ପରାମର୍ଶ ଦେଇଛନ୍ତି। ଡାକ୍ତରମାନଙ୍କ ଆନ୍ଦୋଳନକୁ ନେଇ ଅଧୀକ୍ଷକ ଏପରି କହିଛନ୍ତି। ସେ କହିଛନ୍ତି, ରୋଗୀ ସେବା ବ୍ୟାହତ ହୋଇନି, ଆଗକୁ କହି ହେବନି। ସମସ୍ତ ଫ୍ୟାକଲ୍ଟିଙ୍କ ଛୁଟି ବାତିଲ କରାଯାଇଛି। ତେଣୁ ଅତି ଜରୁରୀ ନ ଥିଲେ ଏସ୍‌ସିବି ନ ଆସିବାକୁ ସେ ପରାମର୍ଶ ଦେଇଛନ୍ତି।ଅନ୍ୟପକ୍ଷରେ ଆସନ୍ତାକାଲିର ଡାକ୍ତର ଆନ୍ଦୋଳନକୁ ନେଇ ଡିଏମ୍‌ଇଟି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସରକାରୀ ଚାକିରିରେ ଥିବା ଡାକ୍ତର ଆନ୍ଦୋଳନ କରିବେନି। ମେଡିକାଲ କଲେଜର ଜୁନିୟର ଡାକ୍ତର ଓ ହାଉସ ସର୍ଜନ ଆନ୍ଦୋଳନ କରିବେ। କେତେଦିନ ସେମାନେ ଆନ୍ଦୋଳନ କରିବେ ତାହା ସ୍ପଷ୍ଟ କରିନାହାନ୍ତି।ଜରୁରିକାଳୀନ କାମ ସମସ୍ତେ କରିବେ, ସେବା ନିଶ୍ଚିତ ପ୍ରଭାବିତ ହେବ। ସିନିୟର ଡାକ୍ତର ଉଭୟ ଆଉଟଡୋର ଓ ଇନଡୋର ସେବା କରିବେ। ବର୍ତ୍ତମାନ ଇଏସ୍‌ଏମ୍‌ଏ ଲାଗୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସେ କହିଛନ୍ତି।ଜରୁରୀକାଳୀନ ଚିକିତ୍ସାକୁ ଛାଡ଼ି ଅନ୍ୟ ସମସ୍ତ ବିଭାଗ ସେବା ପ୍ରଭାବିତ ହୋଇଛି । ଜୁନିୟର ଡାକ୍ତର, ରେସିଡେଣ୍ଟ ଡାକ୍ତର ଆନ୍ଦୋଳନ ଚଳାଇଥିବା ବେଳେ ଏମିବିବିଏସ୍ ଛାତ୍ରଛାତ୍ରୀ ବି ସେମାନଙ୍କୁ ସମର୍ଥନ କରିଛନ୍ତି । ଫଳରେ ଆଉଟ ଡୋର୍ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇଛି । ବ୍ରହ୍ମପୁର ଏମକେସିଜିରେ ବରିଷ୍ଠ ଡାକ୍ତର ଓ ସିନିୟର ରେସିଡେଣ୍ଟ ଡାକ୍ତର ଡ୍ୟୁଟି କରୁଛନ୍ତି । ଏମର୍ଜେନ୍ସୀ ଓ କ୍ରିଟିକାଲ୍ କେୟାରରେ ଡ୍ୟୁଟି କରୁଛନ୍ତି ଜୁନିୟର ଡାକ୍ତର ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!