ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ର ବିବେଚିତ

ନୂଆଦିଲ୍ଲୀ,୧୬।୮:  ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ତାଲିକାରେ ରହିଛି ଓଡିଆ ସିନେମା। ବାବୁସାନଙ୍କ ଅଭିନୀତ ଦମନକୁ ଶ୍ରେଷ୍ଠ ଓଡ଼ିଆ ସିନେମା ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ରିଷବ ସେଟ୍ଟୀ ଶ୍ରେଷ୍ଠ ଅଭିନେତା ହୋଇ ଥିବାବେଳେ ନିତ୍ୟା ମେନନ୍ ଓ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଛନ୍ତି।  ୨୦୨୨ରେ ରିଲିଜ ହୋଇଥିବା ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ପୁରସ୍କାର ମିଳିଛି। ଜାତୀୟ ପୁରସ୍କାର ମିଳିବା ପରେ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବାବୁସାନ ମହାନ୍ତି କହିଛନ୍ତି, ଏହି ସିନେମାର ଓଡ଼ିଶାରେ ଚିରାଚରିତ କାହାଣୀର ଧାରାକୁ ବଦଳାଇ ଦେଇଛି।ଏହି ଚଳଚ୍ଚିତ୍ରରେ ଗୋଟିଏ ପଟେ ଅନ୍ଧବିଶ୍ୱାସ ବିରୋଧରେ ଡାକ୍ତରଙ୍କ ଯାତ୍ରା ଏବଂ ଅନ୍ୟ ପଟେ ନୂତନ ପରିବେଶରେ ତାଙ୍କର ସଂଘର୍ଷ ବିଷୟରେ ବର୍ଣ୍ଣନା କରାଯାଇଛି। ମ୍ୟାଲେରିଆ ଦୂର କରିବା ଏବଂ ଏହି ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଡାକ୍ତର ନିଜେ କିପରି ବିଭିନ୍ନ ଅସୁବିଧାକୁ ପାର କରୁଛନ୍ତି ତାହା ଏଥିରେ ଦେଖାଯାଇଥିଲା।ଏହି ଚଳଚ୍ଚିତ୍ରଟି ମାଲକାନଗିରିର ମ୍ୟାଲେରିଆ-ଏଣ୍ଡେମିକ୍ ଜିଲ୍ଲାରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ଯୋଜନାର ସଫଳତାକୁ ବର୍ଣ୍ଣନା କରିଛି। ଏହି ଚଳଚ୍ଚିତ୍ରଟି ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରିବାରେ ସରକାର ତଥା ଜନସାଧାରଣଙ୍କ ଉଦ୍ୟମ ତଥା ଅବଦାନ ଉପରେ ଏକ ସକରାତ୍ମକ ବାର୍ତ୍ତା ଦେଇଥାଏ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!