ଭୁବନେଶ୍ୱର,୧୭ା୮: ଯାଜପୁର CT & GST ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କ ନାଁରେ ୫ ଲକ୍ଷ ୮୫ ହଜାର ସରକାରୀ ଅର୍ଥ ହଡ଼ପ ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ଜାଲରେ ଯାଜପୁର CT & GST ଆସିଷ୍ଟାଣ୍ଟ କମିଶନର । CT & GST ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ, ଭୁବନେଶ୍ବର ଓ କେନ୍ଦ୍ରାପଡା ସମେତ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । କଟକ କଲ୍ୟାଣୀ ନଗରସ୍ଥିତ ଘର, ସମ୍ପର୍କୀୟଙ୍କ ଘର, ନୂଆପଡା ସ୍ଥିତ ପୈତୃକ ଘର, ଲିଙ୍ଗିପୁର ସ୍ଥିତ ଦୁଇମହଲା ଫ୍ଲାଟ, କେନ୍ଦ୍ରାପଡା ଅଫିସରେ ଯାଞ୍ଚ କରୁଛି ଭିଜିଲାନ୍ସ । ରେଡରେ ୪ ଜଣ ଡ଼ିଏସପିଙ୍କ ସମେତ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୫ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |