କୋଲକାତା ଦୁଷ୍କର୍ମ-ହତ୍ୟା ମାମଲା: ଆଜି ଆଇଏମ୍‌ଏର ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ,୧୭ା୮: ଆଜି ଡାକ୍ତରଙ୍କ ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ ଆରମ୍ଭ ହୋଇଛି। କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି। ଆସନ୍ତାକାଲି ଆଇଏମ୍‌ଏ (ଇଣ୍ଡିଆନ ମେଡିକାଲ ଏସୋସିଏସନ୍‌) ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କରିଛି। ଅଗଷ୍ଟ ୧୭ ସକାଳ ୬ଟାରୁ ଡାକ୍ତରଙ୍କ ଧର୍ମଘଟ ଆରମ୍ଭ ହେବ ଏବଂ ଏହା ଅଗଷ୍ଟ ୧୮ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ଓପିଡି ଏବଂ ଅନ୍ୟ ସେବା ବନ୍ଦ ରହିବ। ତେବେ ଅତି ଜରୁରୀ ସେବା ଜାରି ରହିବ। ଇମର୍ଜେନ୍ସି କେୟାର ଏବଂ ଅତ୍ୟନ୍ତ ଜଟିଳ ଚିକିତ୍ସା ଜାରି ରହିବ ବୋଲି କୁହାଯାଇଛି । ‌କୌଣସି ପ୍ରକାର ଜରୁରୀ ମେଡିକାଲ ଆବଶ୍ୟକତା ପାଇଁ କାଜୁଆଲ୍‌ଟି ସେବା ଉପଲବ୍ଧ ହେବ।ଏହି ଘଟଣାକୁ ନେଇ ଡାକ୍ତରମାନେ ୨୪ ଘଣ୍ଟିଆ ଧର୍ମଘଟ କରିବେ ବୋଲି ଆଇଏମ୍ଏ ଘୋଷଣା କରିବା ସହ ୫ଟି ଦାବି ଉପସ୍ଥାପନ କରିଛି। ଏଥିରେ ଆବାସିକ ଡାକ୍ତରଙ୍କ କାର୍ଯ୍ୟ ଏବଂ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବା ଏବଂ କର୍ମକ୍ଷେତ୍ରରେ ସ୍ୱାସ୍ଥ୍ୟକର୍ମୀଙ୍କ ବିରୋଧରେ ହିଂସା ରୋକିବା ପାଇଁ ଏକ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବାକୁ ପ୍ରମୁଖ ଦାବି ରହିଛି। ଏହି ଘଟଣାକୁ ବିରୋଧ କରି ଶୁକ୍ରବାର (୧୬ ଅଗଷ୍ଟ ୨୦୨୪) ତାମିଲନାଡୁର ତିରୁନେଲଭେଲିରେ ଶତାଧିକ ଡାକ୍ତର ମହମବତୀ ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଏହାର ପ୍ରତିବାଦରେ ଏମ୍ସ ଋଷିକେଶର ଡାକ୍ତର ଓ ନର୍ସିଂ ଷ୍ଟାଫ୍ ମାନେ ପଦଯାତ୍ରା କରିଥିଲେ। ଏହି ଘଟଣାକୁ ନେଇ ଇନ୍ଦୋରର ଡାକ୍ତରଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏଠାରେ ମଧ୍ୟ ଶୁକ୍ରବାର ରାତିରେ (୧୬ ଅଗଷ୍ଟ ୨୦୨୪) ଡାକ୍ତର ଓ ନର୍ସିଂ କର୍ମଚାରୀମାନେ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ। ଦେଶର ସବୁ ରାଜ୍ୟରେ ଏଭଳି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!