ଆଜିଠୁ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୭।୮:ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ବିଧାନସଭା ପରିସରରେ ହେବ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଓଡ଼ିଶାର ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପ୍ରସାଦ ମଧ୍ୟ ସାମିଲ ହୋଇ ଅଭିଜ୍ଞତା ବାଣ୍ଟିବେ। କାର୍ଯ୍ୟକ୍ରମକୁ ଆସିବାକୁ ବିଜେଡିର ଦୁଇଜଣ ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ପ୍ରଫୁଲ୍ଲ ଘଡେଇଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।ତେବେ ଗୃହର ଗରିମା ନଷ୍ଟ ହେଉଥିବା ଦର୍ଶାଇ ଏଥିରେ ବିଜେଡି ସଦସ୍ୟ ଭାଗ ନେବେ ନାହିଁ ବୋଲି ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପୂର୍ବରୁ ବାଚସ୍ପତିଙ୍କୁ ଚିଠି ଲେଖି ଜଣାଇଛନ୍ତି। କଂଗ୍ରେସ ମଧ୍ୟ ଓରିଏଣ୍ଟେସନ କାର୍ଯ୍ୟକ୍ରମକୁ ନ ଆସିବାକୁ ଘୋଷଣା କରି ସାରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!