ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୭।୮:-ମୁଦଲିଆଗୁଡ଼ା ଠାରେ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ପାଲଟିଛି ମଶାଣି ଘର ନିରବ ପାପଡାହାଣ୍ଡି ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏଵଂ ବ୍ଲକ ପ୍ରଶାସନ |ପାପଡା଼ହଣ୍ଡି ବ୍ଲକ ନୁଆକୋଟ ପଞ୍ଚାୟତ ଅଧୀନ ମୁଦଲିଆଗୁଡ଼ା ଠାରେ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ପାଲଟିଛି ମଶାଣି ଘର। ଦିର୍ଘ ତିନିବର୍ଷର ତଳେ ତିଆରି ହୋଇ ପଡ଼ିରହିଛି ଅଙ୍ଗନବାଡ଼ି କେନ୍ଦ୍ର। ନୂତନ ଅଙ୍ଗନୱାଡ଼ି ଗୃହକୁ ହସ୍ତାନ୍ତର କରିବା ପାଇଁ ସ୍ଥାନୀୟ ସରପଞ୍ଚ ଲଖୀ ମାଝୀ ଙ୍କୁ 3 ବର୍ଷ ହେବ କୁହା ହେଉଛି କିନ୍ତୁ ସେ ଏବିଷୟରେ ବ୍ଲକ ଉନ୍ନୟନ ଅଧିକାରୀ କିମ୍ବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଜଣାଉ ନାହାନ୍ତି ବଲି ମୁଦଲିଆଗୁଡ଼ା ଗ୍ରାମବାସୀଙ୍କର ଅଭିଯୋଗ। ନୂଆକଟ ଗ୍ରାମର ସମିତି ସଭ ଏହି ଅଙ୍ଗନବାଡି କେନ୍ଦ୍ରର ଠିକାଦାର ହାଇଥିବାରୁ ତାଙ୍କ କବଜାରେ ଅଛି ଏହି କେନ୍ଦ୍ର।ପାପଡାହାଣ୍ଡି ସିଡିପିଓଙ୍କୁ ମଧ୍ୟ ବାରମ୍ବାର ଜାଣିଇଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ କିମ୍ବା ନୂଆ ଅଙ୍ଗନବାଡ଼ି କେନ୍ଦ୍ର ତିଆରିହେଇ ମୋଶାଣି ଘରପରି ପଢିରହିଛି ତାହା ସ୍ଥାନୀୟ ବ୍ଲକ ପ୍ରଶାସନକୁ ନଜରଆସୁନି l ରସେଇୟାଙ୍କ ଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର। ଯେଉଁ ଘରେ ଅଙ୍ଗନବାଡି କେନ୍ଦ୍ର ଚାଲିଛି ସେ ଘରର ମାଲିକ ବାରମ୍ବାର ଘର ଖାଲିକରିବାକୁ କହୁଛି। କରଣ ତାଙ୍କ ପରିବାର କୁ ରହିବା ପାଇଁ ଅସୁବିଧା ହେଉଛି ବଲି। ତଥାପି ବ୍ଲକ ପ୍ରଶାସନ ତରଫରୁ କିଛି ପଦକ୍ଷେପ ନିଆଯାଉ ନାହିଁ। ଜର ଜବରଦସ୍ତ ସେହି ଲକଙ୍କ ଘରେ ଲେଖିଦେଲେ ଆମ ଅଙ୍ଗନବାଡ଼ି କେନ୍ଦ୍ର ଗୃହ।ଘର ମାଲିକ ଯଦି ଘରକୁ ତାଲା ପକାଇ ଦେବ ତେବେ ଗଛମୂଳରେ ଚଲାଇବାକୁ ପଡିବ ଅଙ୍ଗନବାଡି କେନ୍ଦ୍ର।ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଟି ଦେବାକୁ ଗ୍ରାମ ବସି ଏଵଂ ଘର ମାଲିକ ନିବେଦନ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |