ଭୁବନେଶ୍ୱର,୧୮।୮:ରାଜ୍ୟ ସରକାର ଆଜି ୨୯ଜଣ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଓଏଏସ୍ ରୋଶନ ଶତପଥୀଙ୍କୁ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଓଏସଡି ଭାବେ ବଦଳି କରାଯାଇଛି ।ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ୨୯ ଜଣ ଓଏଏସ ଅଧିକାରୀଙ୍କୁ ନୂଆ ସ୍ଥାନକୁ ବଦଳି କରାଯାଇଛି । କିଛି ତହସିଲଦାରଙ୍କ ସମେତ ମୋଟ ୨୯ ଓଏଏସ ଅଧିକାରୀଙ୍କୁ ଟ୍ରାନ୍ସଫର କରାଯାଇଛି । ଏହି ଅଧିକାରୀଙ୍କ ମଧ୍ୟର ଜନ୍ମେଜହ ସାହୁ, ଅଭିଜିତ ଷଡ଼ଙ୍ଗୀ, ବିଏମସି ଡେପୁଟି କମିଶନର, ରୋଶନ ଶତପଥୀ ପ୍ରମୁଖ ଅଧିକାରୀ ରହିଛନ୍ତି । ଏନେଇ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |