କଟକରେ ସିମ୍‌ ବକ୍ସ ଠାବ

ଭୁବନେଶ୍ୱର,୧୮।୮:ଭୁବନେଶ୍ୱର ପରେ କଟକରେ ସିମ୍‌ ବକ୍ସ ଠାବ ହୋଇଛି। ମଧୁପାଟଣା ଥାନାଠାରୁ ଅଳ୍ପ ଦୂର ରାଜେନ୍ଦ୍ର ନଗର ଅଞ୍ଚଳର ଏକ ଭଡ଼ା ଘରୁ ଠାବ ହୋଇଛି ସିମ୍‌ ବକ୍ସ। ସେଥିରେ ମଲ୍‌ଟିପୁଲ୍ ସିମ୍‌ ବ୍ୟବହାର ହୋଇଛି। ସିମ୍‌ ବକ୍ସଟି ଆକ୍ଟିଭ ଅଛି ଓ ଇଣ୍ଟରନେଟ୍‌ କନେକ୍‌ସନ୍‌ ରହିଛି। କମିଶନରେଟ୍‌ ପୁଲିସ୍‌ର ସ୍ୱତନ୍ତ୍ର ଟିମ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ସିମ୍‌ ବକ୍ସ ଜବତ କରି ଘଟଣାର ତଦନ୍ତ ଚଲାଇଛି|କିଛି ଦିନ ତଳେ ଭୁବନେଶ୍ୱରରୁ ଏକ ସିମ୍‌ ବକ୍ସ ଜବତ କରିଥିଲା କମିଶନରେଟ୍‌ ପୁଲିସ୍‌। ଏହି ଅଭିଯୋଗରେ ପୁଲିସ୍‌ ପଶ୍ଚିମବଙ୍ଗର ମୂଳ ବାସିନ୍ଦା ରାଜୁ ମଣ୍ଡଳକୁ ଗିରଫ କରିଥିଲା। କମିଶନରେଟ୍‌ ତାକୁ ୫ ଦିନିଆ ରିମାଣ୍ଡରେ ଆଣିଥିଲା। ଆଜି ଦିନ ତମାମ ପୁଲିସ୍‌ ତାକୁ ଜେରା କରିଥିଲା। ଜେରା ବେଳେ କଟକରେ ଏକ ଭଡ଼ା ଘରେ ସିମ୍‌ ବକ୍ସ ଚାଲୁଥିବା ରାଜୁ ମଣ୍ଡଳ କହିଥିଲା। ତା’ପରେ ପୁଲିସ୍‌ ତାଙ୍କୁ ସାଥୀରେ ନେଇ କଟକ ଯାଇଥିଲା। ଆଉ ସିମ୍‌ ବକ୍ସ ଜବତ କରିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!