ଭୁବନେଶ୍ୱର,୧୮।୮:ଚଳିତ ବର୍ଷ ଗଣେଶ ପୂଜାରେ ରାଜଧାନୀ ଭୁବନେଶ୍ବରରେ ଡିଜେ ବନ୍ଦ। ବାଜିବ କେବଳ ପାରମ୍ପରିକ ବାଦ୍ୟ। ଉଭୟ ମେଲୋଡି ଓ ଭସାଣୀରେ ବି ଡିଜେ ବ୍ୟାନ୍। ତାସହ ଠାକୁରଙ୍କ ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ ବି ହେବ କାର୍ଯ୍ୟାନୁଷ୍ଠାନ।ଚଳିତ ବର୍ଷ ସେପ୍ଟେମ୍ୱର ୭ରେ ପଡୁଛି ଗଣେଶ ପୂଜା। ତାପୂର୍ବରୁ ଆଜି ଏକ କୋ-ଅର୍ଡିନେସନ ମିଟିଂ କମିଶନରେଟ ପୁଲିସ ଓ ରାଜଧାନୀର ବିଭିନ୍ନ ପୂଜା କମିଟି ମଧ୍ୟରେ ବସିଥିଲା। ଯେଉଁଥିରେ ଗଣେଶ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ ସହ ପୂଜାକୁ ନିଶାମୁକ୍ତ କରାଯିବାକୁ ବି ନିଷ୍ପତ୍ତି ହୋଇଛି।ସେହିଭଳି ଏଥର ଭସାଣ ଶୋଭାଯାତ୍ରା ପୂର୍ବରୁ ପୁଲିସ ଅନୁମତି ନେବା ଜରୁରୀ କରାଯାଇଛି। ସିସିଟିଭି ସାରା ସହରରେ ରହିବ। ପବ୍ଲିକ ଭଲ୍ୟୁଣ୍ଟର ମଧ୍ୟ ନିୟୋଜିତ କରିବେ ପୂଜା କମିଟି। ୭ରେ ଗଣେଶ ପୂଜା ପରେ ୮, ୧୧ ଓ ୧୨ ତାରିଖରେ ଭସାଣି ପାଇଁ ସ୍ଥିର କରାଯାଇଛି। ପୁଲିସର ସମସ୍ତ ନିଷ୍ପତ୍ତି ଉପରେ ସହମତି ପ୍ରକାଶ କରିଛନ୍ତି ରାଜଧାନୀର ସମସ୍ତ ପୂଜା କମିଟି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |