ଆଜି ପବିତ୍ର ରକ୍ଷା ବନ୍ଧନ, ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି

ଭୁବନେଶ୍ୱର,୧୯।୮:ଆଜି ପବିତ୍ର ରକ୍ଷା ବନ୍ଧନ|ଭାଇ-ଭଉଣୀର ସଂପର୍କକୁ ଅଧିକ ମଜବୁତ କରିଥାଏ ରାକ୍ଷୀ। ଆଜିର ଦିନରେ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ଭାଇର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ। ଆଉ ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ। ଭାଇ ହାତରେ ରାକ୍ଷୀଟିଏ ବାନ୍ଧିବା ଲାଗି ଭଉଣୀ ବର୍ଷ ସାରା ଅପେକ୍ଷା କରି ରହିଥାଏ ଆଜିର ଦିନକୁ।ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଉଉଣୀ ସୁଭଦ୍ରା।ରକ୍ଷା ବନ୍ଧନକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ପରିବେଶ। ଘରେ ଘରେ ପିଠାପଣାର ମହକ। ଏପଟେ ଶ୍ରୀମନ୍ଦିରରେ ମଧ୍ୟ ରକ୍ଷା ବନ୍ଧନ ପର୍ବ ପାଳନ ଲାଗି ସ୍ୱତନ୍ତ୍ର ନୀତିକାନ୍ତି ରହିଛି। ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଉଉଣୀ ସୁଭଦ୍ରା। ଏଥିପାଇଁ ପାଟରା ବିଷୋୟୀ ସେବକମାନେ ବାସୁଙ୍ଗା ପାଟରେ ରାକ୍ଷୀ ପ୍ରସ୍ତୁତ କରି ରଖିଛନ୍ତି।ରାକ୍ଷୀ ପୂର୍ଣ୍ଣିମା ସହ ଆଜି ମଧ୍ୟ ଗହ୍ମା ପୂର୍ଣ୍ଣିମା। ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥି। ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ। ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି।ଭଗବାନ କୃଷ୍ଣଙ୍କ ବଡ଼ ଭାଇ ଭଗବାନ ବଳରାମ ଏହି ଦିନ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇଥିଲେ। ତେଣୁ ଏହି ଦିନଟିକୁ ବଳରାମ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଇଥାଏ।ଦ୍ୱିପ୍ରହର ଧୂପ ପରେ ମଙ୍ଗଳାର୍ପଣ କରାଯାଇ ଚଉଦଳରେ ଚକ୍ରରାଜ ସୁଦର୍ଶନ ମାର୍କଣ୍ଡ ପୁଷ୍କରିଣୀ ଯାତ୍ରା କରି ବଳଭଦ୍ରଙ୍କ ଜନ୍ମନୀତି କରିବେ । ମାଟିର ବଳଭଦ୍ର ପ୍ରତିମା ନିର୍ମାଣ କରି ଜୀବନ୍ୟାସ ଦେବା ପରେ ଜାତକର୍ମ ଅନୁଷ୍ଠିତ ହେବ । ପଞ୍ଚୋପଚାର, ଶୀତଳ ମଣୋହୀ, ବନ୍ଦାପନା କରାଯାଇ ବଳଭଦ୍ରଙ୍କ ପ୍ରତିମାକୁ ମାର୍କଣ୍ଡ ପୁଷ୍କରିଣୀରେ ବିସର୍ଜନ କରାଯିବ । ପରିଶେଷରେ ବିମାନବଡୁ ସେବକ ସୁଦର୍ଶନଙ୍କୁ ବିମାନରେ ବସାଇ ଚାରି ଆଶ୍ରମ ଭ୍ରମଣ କରି ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!