ଭୁବନେଶ୍ୱର,୧୯।୮: ଆସନ୍ତାବର୍ଷଠୁ କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ । ଚଳିତ ବର୍ଷଠାରୁ ପ୍ରସ୍ତୁତି ଆରମ୍ଭ କରିବା ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ନୂଆ ସରକାରରେ ସମୟ ଅଭାବ ଯୋଗୁ ଆସନ୍ତାବର୍ଷରୁ ନିର୍ବାଚନ କରାଯିବ । ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି କରାଯିବ । ଛାତ୍ର ସଂସଦ ନିର୍ବାଚନ ନେଇ ନିଷ୍ପତ୍ତି ହୋଇସାରିଥିବା ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ।ଛାତ୍ରସଂସଦ ନିର୍ବାଚନ ହେବା ପରେ ବିଭିନ୍ନ ଛାତ୍ର ସଂଗଠନ ସକ୍ରିୟ ହୋଇ ଉଠିଥିଲେ । କିନ୍ତୁ ଏଯାଏଁ କୌଣସି ବିଜ୍ଞପ୍ତି ପ୍ରକାଶ ପାଉନଥିବାରୁ ନିର୍ବାଚନ ଲଢିବାପାଇଁ ଆଶାୟୀ ଥିବା ଛାତ୍ରଛାତ୍ରୀମାନେ ଦ୍ୱନ୍ଦରେ ଥିଲେ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ‘ଆସନ୍ତା ବର୍ଷଠୁ କଲେଜରେ ଛାତ୍ର ସଂସଦ ନିର୍ବାଚନ ହେବ । ସେପ୍ଟେମ୍ବରରେ କଲେଜ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥାଏ ହେଲେ ନୂଆ ସରକାର ଗଠନ ହେବା ପରଠୁ ଯଥେଷ୍ଟ ସମୟ ନଥିବାରୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇ ପାରିନି । ଛାତ୍ର ସଂସଦ ନିର୍ବାଚନ ପାଇଁ ଏ ନେଇ କଲେଜ ଗୁଡିକୁ ପ୍ରସ୍ତୁତ କରାଯିବ ଆସନ୍ତା ବର୍ଷ କଲେଜ ଗୁଡିକରେ ଛାତ୍ର ସଂସଦ ନିର୍ବାଚନ ହେବ । ସେ ନେଇ ନିଷ୍ପତି ହୋଇ ସାରିଛି ।’
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |