ଭୁବନେଶ୍ୱର,୨୦।୮: ଆଜିଠୁ ପୁଣି ଆରମ୍ଭ ହୋଇସାରିଛି ବିଧାନସଭା ଅଧିବେଶନ । ଚଳିତ ବିଧାନସଭାର ଏହା ଦ୍ୱିତୀୟ ଅଧିବେଶନ । ଆଜିଠୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ସେପ୍ଟେମ୍ବର ୧୩ ତାରିଖ ଯାଏଁ ଚାଲିବ । ସେପଟେ ସେପ୍ଟେମ୍ବର ୧୦ ତାରିଖରେ ଆଗତ ହେବାକୁ ଯାଉଛି ବ୍ୟୟମଞ୍ଜୁର ବିଲ ।ଆଜି ବିଧାନସଭାର ଦ୍ୱିତୀୟ ଅଧିବେଶନ ଆରମ୍ଭ ନ ହେଉଣୁ ହଟ୍ଟଗୋଳ ଦେଖିବାକୁ ମିଳିଛି । କଂଗ୍ରେସ ଗୃହରେ କଲେଜ ନିର୍ବାଚନ ପ୍ରସଙ୍ଗକୁ ନେଇ ଗର୍ଜିଛି । ସେପଟେ ବିଜେଡି ବିଧାନସଭାର ମଧ୍ୟଭାଗକୁ ଯାଇ ଜୋରଦାର ପ୍ରତିବାଦ କରିଛି । ପ୍ରତିବାଦର କାରଣ ହେଉଛି ରାଜ୍ୟପାଳଙ୍କ ପୁଅଙ୍କ ପ୍ରସଙ୍ଗ । ଫଳରେ ବାଚସ୍ପତି ଗୃହକୁ ଦିନ ୧୧ ଟା ୪୧ ଯାଏଁ ମୁଲତବି ଘୋଷଣା କରିଛନ୍ତି । ବିଧାନସଭାର ଦ୍ୱିତୀୟ ଅଧିବେଶନରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବାର ସମ୍ଭାବନା ଦେଖା ଦେଇଛି । ଭିନ୍ନ ଭିନ୍ନ କ୍ଷେତ୍ରରୁ ଆସିଥିବା ବିଧାୟକମାନେ ସେମାନଙ୍କ ଅଞ୍ଚଳର ସମସ୍ୟା ଉପରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବେ । ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରାଯିବ । ତତସହିତ ବହୁ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯିବ ରାଜ୍ୟର ବିକାଶ ପାଇଁ ବୋଲି ଜଣା ପଡିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |