ଭୁବନେଶ୍ୱର,୨୦।୮:କଟକ ଭୁବନେଶ୍ୱର ପରେ ଝାଡ଼ଖଣ୍ଡ ରାଞ୍ଚିରେ ମିଳିଲା ସିମବକ୍ସ । ଝାଡ଼ଖଣ୍ଡ ରାଞ୍ଚି ଯାଏଁ ଲମ୍ବିଛି ସିମବକ୍ସର ଚେର । ସିମ୍ ବକ୍ସର ଚେର ଖୋଜି ଖୋଜି ରାଞ୍ଚିରେ କମିଶନରେଟ୍ ପୋଲିସ୍ ପହଞ୍ଚିବା ପରେ ସେଠାରୁ ଏକ ସ୍ଥାନରୁ ସିମବକ୍ସ ଠାବ କରିଛି । ୫ ଦିନିଆ ପୋଲିସ ରିମାଣ୍ଡରେ ଥିବା ରାଜୁ ମଣ୍ଡଳକୁ ନେଇ ରାଞ୍ଚିରେ ପହଞ୍ଚି ତନାଘନା ଚଳାଇଛି ସ୍ପେଶାଲ ସ୍କ୍ୱାଡ୍।ରାଞ୍ଚିର ଏକ ଘରେ ସିମ୍ ବକ୍ସ ଲଗାଇଥିଲା ରାଜୁ ମଣ୍ଡଳ। ୨ଟି ଟିମ୍ ରାଞ୍ଚିରେ ପହଞ୍ଚି ତନାଘନା ଆରମ୍ଭ କରିଛି। ସେପଟେ ବାଂଲାଦେଶରେ ବସିଥିବା ମାଷ୍ଟର ମାଇଣ୍ଡ୍ ଅସାଦୂର୍ ଜମାନକୁ ଗିରଫ କରିବା ପାଇଁ ଇଣ୍ଟରପୋଲର ସହାୟତା ନେଇଛି କମିସନରେଟ୍ ପୋଲିସ। ଆତଙ୍କୀ ଲିଙ୍କ ତଦନ୍ତ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା NIA ମଧ୍ୟ ଆସି ଭୁବନେଶ୍ୱର ପହଞ୍ଚିଥିବା ସୂଚନା ମିଳିଛି । ଏବେ ଯାଏଁ ଭୁବନେଶ୍ୱର ଓ କଟକରୁ ମୋଟ ୧୨ଟି ସିମ୍ ବକ୍ସ ଜବତ କରିସାରିଲାଣି ପୋଲିସ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |