ଭୁବନେଶ୍ୱର,୨୦।୮:ରାଜ୍ୟରେ ବାଘ ସଂଖ୍ୟାକୁ ନେଇ ଜଙ୍ଗଲ ଓ ପରିବେଶମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା । ରାଜ୍ୟରେ ମୋଟ ୨ ହଜାର ୯୮ ହାତୀ ଓ ୨୭ଟି ବାଘ ଅଛନ୍ତି । ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ । ୨୦୨୪ ମସିହାରେ କରାଯାଇଥିବା ପଶୁ ପକ୍ଷୀ ଓ ବନ୍ୟପ୍ରାଣୀ ଗଣନା ଅନୁଯାୟୀ ଭିତରକନିକାରେ ୧୮୫୦ ବଉଳା କୁମ୍ଭୀର, ସାତକୋଶିଆରେ ୯୭, ଶିମିଳିପାଳରେ ୭୬, ଘୋଡ଼ହାଡ଼ ଡ୍ୟାମରେ ୮୪ ଗୋ ମୁହାଁ କୁମ୍ଭୀର ଅଛନ୍ତି । ସେହିପରି ମହାନଦୀରେ ୧୪ ଘଡ଼ିଆଳ କୁମ୍ଭୀର ଅଛନ୍ତି, ଗହୀରମଥାରେ ୩.୦୧ ଲକ୍ଷ ଅଲିଭ ରିଡେଲ କଇଁଛ ଅଛନ୍ତି । ଋଷିକୂଲ୍ୟା ନଦୀ ମୁହାଣରେ ବର୍ତ୍ତମାନ ସୁଦ୍ଧା ଗଣ ଅଣ୍ଡାଦାନ ହୋଇ ନାହିଁ । ଚିଲିକା ସହ ସମସ୍ତ ସାମୁଦ୍ରିକ ଅଞ୍ଚଳରେ ୭୪୩ ଡ଼ଲଫିନ ଅଛନ୍ତି । ସାରା ରାଜ୍ୟରେ ୨୦୯୮ ହାତୀ ଓ ୨୭ ବାଘ ଅଛନ୍ତି । ଚିଲିକା ହ୍ରଦରେ ୧୦୮ ପ୍ରଜାତି ର ୧୦.୯୯ ଲକ୍ଷ ବେଦିଶା ଗତ ପକ୍ଷୀ, ଭିତରକନିକାରେ ୧୨୧ ପ୍ରଜାତିର ୧.୫୧ ଲକ୍ଷ ବିଦେଶାଗତ ପକ୍ଷୀ ଓ ହୀରାକୁଦରେ ୧୧୩ ପ୍ରଜାତିର ୩.୪୨ ଲକ୍ଷ ବିଦେଶାଗତ ପକ୍ଷୀ ଅଛନ୍ତି । ଏନେଇ ଗୃହରେ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |