ଢେଙ୍କାନାଳ,୨୨ା୮: ରେଞ୍ଜରଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବିଭୁଦାନନ୍ଦଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ କରାଯାଇଛି।ବିଭୁଦାନନ୍ଦଙ୍କ ଢେଙ୍କାନାଳ ସହରର ଷ୍ଟେସନ ବଜାରରେ ଥିବା ଘର, ସଦର ରେଞ୍ଜ ଅଫିସ ଓ ସରକାରୀ କ୍ଵାର୍ଟର୍ସ,କଟକ ଓ ଭୁବନେଶ୍ୱରରେ ଥିବା ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ବିଭୁଦାନନ୍ଦଙ୍କ ଢେଙ୍କାନାଳ ସହରର ଷ୍ଟେସନ ବଜାରରେ ଥିବା ଘର, ସଦର ରେଞ୍ଜ ଅଫିସ ଓ ସରକାରୀ କ୍ଵାର୍ଟର୍ସ ସମେତ କଟକ ଓ ଭୁବନେଶ୍ୱରରେ ମଧ୍ୟ ଏକକାଳୀନ ଚଢ଼ାଉ କରାଯାଇଛି।ଭିଜିଲାନ୍ସ ଘଟଣାର ତଦନ୍ତ କରି ଗୁରୁବାର ସକାଳେ ତାଙ୍କ ଘରେ ଚଢ଼ାଉ କରିଥିବା ଜଣାଯାଇଛି।ଏହି ଚଢ଼ାଉରେ ୭ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ଓ ୬ ଜଣ ଏସଏଆଇ ସାମିଲ ହୋଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |