କୋଲକାତା ଦୁଷ୍କର୍ମ-ହତ୍ୟା ମାମଲା: ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ,୨୨।୮: କୋଲକାତା ବଳାତ୍କାର ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ସିବିଆଇ ଷ୍ଟାଟସ ରିପୋର୍ଟ ଦାଖଲ କରିଛି। ଅନୁସନ୍ଧାନକାରୀ ସଂସ୍ଥା ଏକ ସିଲ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଛି।ଆରଜୀ କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ପରେ ହତ୍ୟା ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଆଜି ସୁପ୍ରିମକୋର୍ଟରେ ସିବିଆଇକୁ ଏହି ମାମଲାରେ ନିଜ ଷ୍ଟେଟମେଣ୍ଟ ରିପୋର୍ଟ ଦାଖଲ କରିବାକୁ ହେବ। ସି୍ ହୋଇଥିବା ଲଫାପାରେ ସିବିଆଇ ଯାଞ୍ଚର ସଂପୂର୍ଣ୍ଣ ବିବରଣୀକୁ ସୁପ୍ରିମକୋର୍ଟଙ୍କୁ ହସ୍ତାନ୍ତର କରିବ। ଏଥିରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଜେରା କରାଯିବା ଏବଂ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ହୋଇଥିବା ଜେରାର ଖୁସାଲା ହେବ।ସିବିଆଇ ନିଜ ଷ୍ଟାଟସ ରିପୋର୍ଟ ଜରିଆରେ କୋର୍ଟଙ୍କୁ କହିବ ଯେ, କୋଲକାତା ଦୁଷ୍କର୍ମ-ହତ୍ୟା ମାମଲାର ଯାଞ୍ଚ କେଉଁଠାରେ ପହଞ୍ଚିବ ଏବଂ ଏହି ଅପରାଧରେ ସଞ୍ଜୟ ରାୟ ଏକା ଅଭିଯୁକ୍ତ ବା ଷଡଯନ୍ତ୍ର ପଛରେ ଆହୁରି ଲୋକ ଅଛନ୍ତି। କେତେ ଜଣ ଅଭିଯୁକ୍ତ ଏହି ଦୁଷ୍କର୍ମ-ହତ୍ୟା ମାମଲାରେ ସଂପୃକ୍ତ ଥିଲେ?ଫୋରେନସିକ୍ ରିପୋର୍ଟରେ କଣ ସୂଚନା ଆସିଛି? ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କର କେଉଁ ଭୂମିକା ରହିଛି? ପୋଲିସ ଯାଞ୍ଚରେ କଣ ଅବହେଳା ରହିଛି?

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!