ବିଧାନସଭା ଅଧିବେଶନର ପଞ୍ଚମ ଦିନ

ଭୁବନେଶ୍ଵର,,୨୪ା୮: ଆଜି ବିଧାନସଭା ଅଧିବେଶନର ପଞ୍ଚମ ଦିନ। ଶୂନ୍ୟକାଳରୁ ଗୃହ କାର୍ଯ୍ୟ ଆରମ୍ଭ ହେଉଥିବାରୁ ବିଧାନସଭା ବେଶ୍ ସରଗରମ ରହିପାରେ। ଚିକିଟି ମଦ ମୃତ୍ୟୁ ମାମଲାରେ ଅବକାରୀ ମନ୍ତ୍ରୀଙ୍କର ଇସ୍ତଫା ଦାବି, ସୁଭଦ୍ରା ଯୋଜନା ଏସଓପିକୁ ନେଇ ଶାସକ -ବିରୋଧୀ ମୁହାଁମୁହିଁ ହୋଇପାରନ୍ତି। ଏହାସହ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଶୂନ୍ୟକାଳରେ ଉଠିପାରେ। ବିରୋଧୀ ବିଜେଡି ପକ୍ଷରୁ ମୁଲତବୀ ପ୍ରସ୍ତାବ ଅଣାଯିବ। ସେହିପରି ୯ ତାରିଖର ନିର୍ମାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବ। ତେବେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରୁଥିବାବେଳେ ଶାସକ ଦଳର କଣ ଆଭିମୁଖ୍ୟ ରହୁଛି , ବିରୋଧୀଙ୍କୁ କାଉଣ୍ଟର କରିବାକୁ ନୂଆ ରଣନୀତି ଅଣାଯାଇପାରେ ବୋଲି ଅନୁମାନ କରାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!