ଭୁବନେଶ୍ୱର,,୨୪ା୮: ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଗିରଫ ହେଲେ OSRTC ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର(CAO) ବିଜୟ କୁମାର ମଙ୍ଗରାଜ । ଆଜି ଭିଜିଲାନ୍ସ ଟିମ୍ ବିଜୟ ମଙ୍ଗରାଜଙ୍କୁ କୋର୍ଟ ଚାଲାଣ କରିବ ।ଭିଜିଲାନ୍ସ ଜାଲରେ ଫସିଥିବା ବିଜୟଙ୍କ ଭୁବନେଶ୍ୱରରେ ୨ଟି କୋଠା ଓ ଦାମୀ ପ୍ଲଟ୍, କେରଳ ଏର୍ଣ୍ଣାକୁଲମରେ ୨ ମହଲା କୋଠା, ବ୍ୟାଙ୍କରେ ୧ କୋଟି ୪୭ ଲକ୍ଷ ଟଙ୍କା ଜମା ରାଶି ରହିଛି । ତାଙ୍କ ପାଖରୁ ୫୦୦ ଗ୍ରାମ ସୁନା ଓ ଦୁଇଟି ୪ ଚକିଆ ଗାଡ଼ି ଜବତ କରିଛି ଭିଜିଲାନ୍ସ ଟିମ୍ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |