ସମ୍ବଲପୁର,୪।୮: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ୍ ଜଳସ୍ତର ବଢିବାରେ ଲାଗିଛି। ଫଳରେ ଶନିବାର ହୀରାକୁଦ ଡ୍ୟାମ୍ର ଆଉ ୮ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ଡ୍ୟାମ୍ର ୧୪ଟି ଗେଟ୍ରୁ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଏନେଇ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି। ଜଳସ୍ତରକୁ ଦୃଷ୍ଟିରେ ରଖି ଆହୁରି ଅଧିକ ଗେଟ ଖୋଲାଯାଇପାରେ ବୋଲି ସୂଚନା ମିଳିଛି।ଅନ୍ୟପକ୍ଷେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏପରିକି ଉତ୍ତର-ପଶ୍ଚିମବଙ୍ଗରେ ସକ୍ରିୟ ରହିଛି ଲଘୁଚାପ । ଏହାର ପ୍ରଭାବରେ ୩ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ସତର୍କ ସୂଚନା ଜାରି କରିଛି।ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୮ଟି ଗେଟ୍ ଖୋଲିଛି । ବର୍ତ୍ତମାନ ମୋଟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ବାମ ପଟୁ ୯ଟି ଓ ଡାହାଣ ପଟୁ ୫ଟି ଗେଟ୍ ଖୋଲା ରହିଛି । ହୀରାକୁଦ ଡ୍ୟାମର ଉପରମୁଣ୍ଡରେ ବଢ଼ୁଛି ଜଳସ୍ତର । ଜଳସ୍ତର ବଢ଼ୁଥିବାରୁ ଖୋଲାଯାଇଛି ଆଉ ୮ଟି ଗେଟ୍ । ଉପର ମୁଣ୍ଡରେ ବର୍ଷା ବଢ଼ିଥିବାରୁ ଜଳଭଣ୍ଡାରକୁ ଇନଫ୍ଲୋ ବଢ଼ିଛି । ଆଉଟ୍ଫ୍ଲୋ ସମାନ ରଖିବା ପାଇଁ ଆଉ ୮ଟି ଗେଟ୍ ଖୋଲିଥିବା ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଗୁରୁବାର ଦିନ ୬ଟି ଗେଟ୍ ଖୋଲାଯାଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |