ମାଟିରେ ମିଶିଛି ସିକ୍ରେଟ୍ ଚାମ୍ବର ଭିତରେ ଚାଲିଥିବା ବେଆଇନ ଦେଶୀ ମଦ ଭାଟି

ଭୁବନେଶ୍ୱର,୨୪।୮:ମାଟିରେ ମିଶିଛି ସିକ୍ରେଟ୍ ଚାମ୍ବର ଭିତରେ ଚାଲିଥିବା ବେଆଇନ ଦେଶୀ ମଦ ଭାଟି। ଆଜି ରାଜଧାନୀର ସାଲିଆ ସାହିରେ ଲୁଚାଛପାରେ ଚାଲିଥିବା ୩ଟି ଦେଶୀ ମଦ ଭାଟି ଉପରେ ଚଢାଉ ହୋଇଛି। ସେହିପରି ଗତ ୪ ଦିନ ମଧ୍ୟରେ ସାରା ରାଜ୍ୟରେ ବେଆଇନ ମଦ କାରବାର ନେଇ ୧୩ଶହ ୭୭ଟି ମାମଲା ରୁଜୁ ହୋଇଥିବା ବେଳେ ୮୪୫ଜଣଙ୍କୁ ଗିରଫ କରାଯାଇଛି।  ମଦ ମାଫିଆଙ୍କ ବିରୋଧରେ ମୋହନ ସରକାରଙ୍କ କଡ଼ା ଆକ୍ସନ୍ । ଗ୍ରାଉଣ୍ଡ ଜିରୋରେ ପୋଲିସ-ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ବର ସାଲିଆ ସାହିରେ ମାଟିରେ ମିଶିଲା ଦେଶୀ ମଦ ଭାଟି । ସାରା ରାଜ୍ୟରେ ଭାଙ୍ଗୁଛି ବେଆଇନ ମଦ ଭିତ୍ତିଭୂମି । ଆଇନ ମନ୍ତ୍ରୀ କହିଥିଲେ, ବେଆଇନ ମଦ ଶିଳ୍ପ ଉପରେ ଚାଲିବ ବୁଲ୍‌ଡୋଜର । ୨୪ ବର୍ଷରେ ବେଆଇନ ମଦ କାରବାରକୁ ଆଇନରେ ପରିଣତ କରିଥିଲା ବିଜେଡି । ଗଞ୍ଜାମ ମଦ ମୃତ୍ୟୁରେ ବିଜେଡି ସପୃକ୍ତିର ପ୍ରମାଣ ଥିବାରୁ ବିଧାନସଭା ଚଳାଇ ନ ଦେବାକୁ କରୁଛି ହଙ୍ଗାମା । ଯେଉଁଠି ମଦ ପ୍ରସ୍ତୁତ କରାଯାଉଥିଲା। 3ଟି ମଦ ଭାଟିକୁ ଧ୍ବସ୍ତ କରି ମାଟିରେ ମିଶାଇ ଦିଆଯାଇଛି । ବହୁ ପରିମାଣର ଦେଶୀ ମଦ, ପୋଚ ନଷ୍ଟ କରାଯାଇଛି । ସରଞ୍ଜାମ ଜବତ ହୋଇଛି ।ଦି ହାତର ଗଳି। ତାଭିତରେ କଂକ୍ରିଟର ପକ୍କାଘର। ଘରେ ଏସି ଲାଗିଛି। ସିଲିଂ ହେଇଛି ଛାତ। ୱାଇଫାଇ କନେକ୍ସନ, ଡିସ୍, କଲର ଟିଭି ସବୁ ଅଛି। ଘରର ବେଡ୍ ରୁମ୍ । ଯାହା ଭିତର ଦେଇ ବାଟ ଲମ୍ବିଛି ଦେଶୀ ମଦ ଭାଟିକୁ । କାହାକୁ ସନ୍ଦେହ ନହେବା ଭଳି ତିଆରି ହୋଇଛି ସିକ୍ରେଟ୍ ଚାମ୍ବର। ଲୁଗାପଟା ଆଲଣା ହଟାଇଲେ ପ୍ରାୟ ୩ ଫୁଟର ସୁଡଙ୍ଗ ରାସ୍ତା ।ଅସ୍ବାସ୍ଥ୍ୟକର ପରିବେଶ। ଭିତରେ ଘୁଷୁରି ବୁଲୁଛନ୍ତି। ତାଭିତରେ ଦେଶୀ ମଦର ବେପାର। ରାଜଧାନୀ ସାଲିଆ ସାହିରେ ଚାଲିଥିବା ମଦ ମାଫିଆଙ୍କ ଚୋରା କାରବାର ଧରାପଡିବା ପରେ ନଷ୍ଟ କରାଯାଇଛି ଶହ ଶହ ଲିଟର ଦେଶୀ ମଦ ଓ ପୋଚକୁ। ବୁଲିଛି ବୁଲଡୋଜର। ମାଟିରେ ମିଶିଛି ବେଆଇନ ମଦ ଭାଟି। ଗତକାଲି ଅବକାରୀ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି କୁଇକ୍ ଆକ୍ସନ। ଖୋଜି ଖୋଜି ମଦ ଭାଟି ଭାଙ୍ଗିବା ସହ ଗୋଡାଇ ଗୋଡାଇ ମଦ ମାଫିଆଙ୍କୁ ଗିରଫ କରୁଛି ପୋଲିସ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!