ନୂଆଦିଲ୍ଲୀ,୨୫ା୮: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ରହିଛି ‘ମନ କି ବାତ୍’ କାର୍ଯ୍ୟକ୍ରମ। ଦିନ ୧୧ଟା ସମୟରେ ଅଲ ଇଣ୍ଡିଆ ରେଡିଓରେ ପ୍ରସାରଣ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ। ଏହା ୧୧୩ ତମ ଅଧ୍ୟାୟ ହେବ।ଏହି କାର୍ଯ୍ୟକ୍ରମ ଅଲ୍ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନ ଚ୍ୟାନେଲରେ ପ୍ରସାରଣ କରାଯିବ। ସେହିପରି ଏଆଇଆର୍ ନ୍ୟୁଜ୍ ୱେବସାଇଟ୍ ଏବଂ ନ୍ୟୁଜ ଅନ୍ ଏଆଇଆର ମୋବାଇଲ୍ ଆପରେ ମଧ୍ୟ ପ୍ରସାରଣ କରାଯିବ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୧ ଲକ୍ଷ ନୂଆ ଲକ୍ଷପତିି ଦିଦିଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିବେ । ଏଥିପାଇଁ ପିଏମ୍ ମୋଦି ଆଜି ମହାରାଷ୍ଟ୍ରର ଜଲଗାଁଓ ଯିବେ । ଜଲଗାଁଓରେ ଆୟୋଜିତ ହେବାକୁ ଥିବା ଲକ୍ଷପତି ଦିଦି ସମ୍ମିଳନୀରେ ମୋଦି ଯୋଗ ଦେବେ । ମୋଦି ସରକାରଙ୍କ ତୃତୀୟ ପାଳିରେ ନୂଆ କରି ଲକ୍ଷପତି ବନିଥିବା ୧୧ ଲକ୍ଷ ମହିଳାଙ୍କୁ ସାର୍ଟିଫିକେଟ୍ ଦେବା ସହ ସମ୍ମାନିତ କରିବେ ପ୍ରଧାନମନ୍ତ୍ରୀ । ଏଥିସହ ଦେଶବ୍ୟାପୀ ଲକ୍ଷପତି ଦିଦିଙ୍କ ସହ ସେ ଆଲୋଚନା କରିବେ ।ଏହି ଅବସରରେ ପ୍ରଧାନମନ୍ତ୍ରୀ ୨୫ ଶହ କୋଟିର ଏକ ରିଭଲଭିଙ୍ଗ ଫଣ୍ଡ ଘୋଷଣା କରିବେ । ଏହାଦ୍ୱାରା ପ୍ରାୟ ୪୮ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଉପକୃତ ହେବେ । ଏଥିସହ ୨୬ ଲକ୍ଷ ଏସଏଚଜି ଗ୍ରୁପଙ୍କୁ ସହାୟତା ପାଇଁ ମୋଦି ୫ ହଜାର କୋଟିର ଏକ ବ୍ୟାଙ୍କ ଲୋନକୁ ମଧ୍ୟ ମଞ୍ଜୁର ନେଇ ଘୋଷଣା କରିବେ । ଲଖପତି ଦିଦି ଯୋଜନାରେ ଏଯାଏଁ ୧କୋଟି ମହିଳା ଲକ୍ଷପତି ବନିସାରିଲେଣି । ଏହି ସଂଖ୍ୟାକୁ ୩ କୋଟିରେ ପହଁଚାଇବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |