ILS ବୈଜ୍ଞାନିକ ଡାକ୍ତର ସନ୍ଦୀପ ମିଶ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର,୨୫ା୮: ଆଇଏଲ୍‌ଏସ୍‌ର ବୈଜ୍ଞାନିକ ସନ୍ଦୀପ ମିଶ୍ର ଆତ୍ମହତ୍ୟା କରିଛନ୍ତି। ଭୁବନେଶ୍ବରସ୍ଥିତ ତାଙ୍କ ଘରୁ ମୃତଦେହ ଉଦ୍ଧାର କରାଯାଇଛି। ଏହା ପରେ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।   ଭୁବନେଶ୍ୱର ସ୍ଥିତ ଘରୁ ସନ୍ଦୀପ ମିଶ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଘରୋଇ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର। ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କର କିପରି ମୃତ୍ୟୁ ଘଟିଲା ଏନେଇ କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସର ତଦନ୍ତ ଚାଲିଛି। ସ୍ତନ କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ଗବେଷଣା କରିବେ ବୋଲି ଗତକିଛି ଦିନ ତଳେ ସେ ଏକ କହିଥିଲେ।ପରିବାର ଲୋକ କହିଛନ୍ତି, ଫୁଡ୍ ପଏଜନିଂ ହେବା ପରେ ବାନ୍ତି ହୋଇଥିଲା। ଚିକିତ୍ସା ପାଇଁସନ୍ଦୀପ ମିଶ୍ରଙ୍କୁ ନିଆଯାଇଥିଲା କ୍ୟାପିଟାଲ୍ ହସ୍ପିଟାଲ। ଚିକିତ୍ସା ପରେ ଘରକୁ ଫେରିଥିଲେ। ରାତିରେ ୧୦ଟା ବେଳେ ପୁଣି ଥରେ ବାନ୍ତି ହେବା ସହ ଚେତାଶୂନ୍ୟ ହେବାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟ ପରେ ସ୍ପଷ୍ଟ ହେବ ମୃତ୍ୟୁରପ୍ରକୃତ କାରଣ। ସ୍ତନ କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ସନ୍ଦୀପଙ୍କ ଉଲ୍ଲେଖନୀୟ ଭୂମିକା ରହିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!