ମୈଦଲପୁର ବନବିଭାଗ ଅଂଚଳରେ ଜଙ୍ଗଲ କ୍ଷୟ ହେବାରୁ ଗାଁ ମୁହାଁ ଜଙ୍ଗଲୀ ଭାଲୁ

ଡାବୁଗାଁ(ମିହିର ଶଙ୍କର ପାତ୍ର), ୨୫ା୮: ମୈଦଲପୁର ବନବିଭାଗ ଅଞ୍ଚଳରେ ଧୀରେଧୀରେ ଜଙ୍ଗଲ କ୍ଷୟ ହେବାକୁ ବସିଲାଣି ,ଏହାର ସିଧାସଲାଖ ପ୍ରଭାବ ବନ୍ୟଜନ୍ତୁ ମାନଙ୍କ ଉପରେ ପଡୁଛି।ବର୍ତ୍ତମାନ ଜଙ୍ଗଲ ଭିତରେ ଖାଦ୍ୟ ଅଭାବ ଯୋଗୁଁ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ଭାଲୁ । ଏହର ଜଳନ୍ତା ଉଦାହରଣ ଦେଖିବାକୁ ମିଳିଛି ମୈଦଲପୁର ବନବିଭାଗ ଅଂଚଳର ଚନ୍ଦ୍ରପୁର ଗ୍ରାମରେ । ଧୀରେଧୀରେ ମୈଦଲପୁର ଜଙ୍ଗଲ ଧ୍ୱଂସ ପାଇ ଚାଲିଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଉଛି । ଦୁଃଖର ବିଷୟ ବର୍ତ୍ତମାନ ମୈଦଲପୁର ଜଙ୍ଗଲ କିଛିବର୍ଷ ଭିତରେ ଧ୍ୱଂସ ପାଇଯିବାର ଯଥେଷ୍ଟ ସମ୍ଭାବନା ରହୁଛି । ବର୍ତ୍ତମାନ ଜଙ୍ଗଲ କ୍ଷୟ ହେବଯଗୁଁ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । ବର୍ଷକୁ ବର୍ଷ ତାପମାତ୍ରା ବଢୁଛି । ଭବିଷ୍ୟତରେ ଭୟାବହତାର ଆଶଙ୍କା ଥିବାରୁ।ବିଭାଗୀୟ ଅବହେଳା ଓ ସୁରକ୍ଷା ଅଭାବରୁ ବନ୍ୟପ୍ରାଣୀ ମାନଙ୍କ ମୃତୁ୍ୟ ଘଟଣା ବଢିଚାଲିଛି । ଜଙ୍ଗଲ ସୁରକ୍ଷା ଓ କୃର୍ତିମ ଜଙ୍ଗଲ ସୃଷ୍ଟି ପାଇଁ ସରକାର ଅନେକ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଉଛନ୍ତି । କିନ୍ତୁ ମୈଦଲପୁର ଅଞ୍ଚଳରେ ଏହା ସମ୍ପୂର୍ଣ୍ଣ ଫେଲ ମରିଛି । ଜଙ୍ଗଲ ସୁରକ୍ଷା ଓ ନୂଆ ଜଙ୍ଗଲ ସୃଷ୍ଟି ପାଇଁ ସରକାରଙ୍କର ବିଭିନ୍ନ ପଦକ୍ଷେପର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ??? ଯେହେତୁ କେତେକ କାର୍ଯ୍ୟକ୍ରମ ଖାତାପତ୍ର ବା ଘୋଷଣାରେ ସୀମିତ ରହିଥିବାବେଳେ ଆଉ କେତେକ କାର୍ଯ୍ୟକାରୀତାରେ ଅନିୟମିତତା ରହିଛି । ସରକାର ଆନ୍ତରିକତାର ସହ ଏଥିପ୍ରତି ଦୃଷ୍ଟି ଦେବା ଉଚିତ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!