ଚୋରା ଚାଲାଣବେଳେ ଭୁବନେଶ୍ୱର ଏୟାରପୋର୍ଟରୁ ଜବତ ହେଲା ସୁନା ଓ ରୂପା

ଭୁବନେଶ୍ୱର,୨୬।୮: ଏୟାରପୋର୍ଟରୁ ଜବତ ହେଲା ବିପୁଳ ସୁନା ଓ ରୂପା ।ରାଜଧାନୀ ଭୁବନେଶ୍ୱରରେ ଟଙ୍କା ବୁହା ଗାଡ଼ିରୁ ୫୦ କେଜି ସୁନା ଓ ୨ କ୍ୱିଣ୍ଟାଲ ରୁପା ଜବତ କରିଛି ଜିଏସଟି ବିଭାଗ । ଏୟାରପୋର୍ଟ ପାଖରୁ ଯାଞ୍ଚ କରି ଧରିଲେ ସିଟି-ଜିଏସ୍‌ଟି ସ୍କ୍ୱାଡ୍‌ । ଜବତ ସୁନା, ରୁପାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଏତେ ପରିମାଣର ସୁନା, ରୁପା କାହାର ତାହା ସ୍ପଷ୍ଟ ହୋଇପାରି ନାହିଁ । ଚାଲାଣ ବେଳେ ଚଢାଉ କରି ଜବତ କଲା ସିଟି ଜିଏସଟି ବିଭାଗ । ଦୁଇଟି କଣ୍ଟେନରେ ବୋଝେଇ ହୋଇ ଚାଲାଣ ହେଉଥିଲା ସୁନା-ରୂପା । ପାଖାପାଖି 80 କେଜି ସୁନା ଓ ଦେଢ କ୍ବିଣ୍ଟାଲ ରୁପା ଜବତ ହୋଇଥିବା ସୂଚନା ରହିଛି ।ଏହାର ଆନୁମାନିକ ମୂଲ୍ୟ 30 କୋଟିରୁ ଊର୍ଦ୍ଧ୍ବ ହେବ । ସେହିପରି ଜବତ ରୂପାର ମୂଲ୍ୟ 5 କୋଟି ଟଙ୍କା ହେବ ବୋଲି କୁହାଯାଉଛି । ତେବେ ଗାଡିରେ ଏତେ ପରିମାଣର ସୁନା ଓ ରୁପା କେଉଁଠୁ ଆସିଲା ଓ ଏୟାରପୋର୍ଟକୁ ଏ ଗାଡି କିପରି ଆସିଲା ସେନେଇ ଛାନଭିନ ଚାଲିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!