ରାଜଧାନୀରେ ଭଙ୍ଗାଯିବ ୧୯୧ଟି ବେଆଇନ୍‌ ଆପାର୍ଟମେଣ୍ଟ

ଭୁବନେଶ୍ୱର,୨୭।୮:  ରାଜଧାନୀ ଭୁବନେଶ୍ୱରରେ ଭଙ୍ଗାଯିବ ୧୯୧ଟି ବେଆଇନ ଆପାର୍ଟମେଣ୍ଟ । ରାଜଧାନୀ ଭୁବନେଶ୍ୱରରେ ଭଙ୍ଗା ଯିବ ଆପାର୍ଟମେଣ୍ଟ। ଭୁବନେଶ୍ୱରରେ ଥିବା ବେଆଇନ୍‌ ଆପାର୍ଟମେଣ୍ଟ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।  ବିଧାୟକ ରଣେନ୍ଦ୍ର ସ୍ୱାଇଁଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏବେବି ବିଡିଏ ଅଧିନରେ ଥିବା ୪୯୧ ବେଆଇନ ଆପାର୍ଟମେଣ୍ଟ ନାଁରେ ରହିଛି ମାମଲା । ୬୩ଟି ମାମଲା ଖାରଜ ହୋଇଛି ଓ ୨୩୭ଟି ବିଚାରାଧୀନ ରହିଛି । ସେହିଭଳି ବିଏମ୍‌ସି ଅଧିନରେ ୧୪୪୪ ମାମଲା ରହିଥିବା ବେଳେ, ସେଥିରୁ ୪୫୧ଟି ଫଇସଲା ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!