ଭୁବନେଶ୍ବର,୨୭।୮:ନନ୍ଦୋତ୍ସବରେ ନୂଆଖାଇ ଲଗ୍ନ ସ୍ଥିର ପରମ୍ପରା ରହିଛି । ପରମ୍ପରା ଅନୁଯାୟୀ ନନ୍ଦୋତ୍ସବରେ ପଣ୍ଡିତ ମହାସଭା ନୂଆଖାଇ ଲଗ୍ନ ସ୍ଥିର କରିଛନ୍ତି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଏକ ସ୍ୱତନ୍ତ୍ର ପର୍ବ। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷରେ ଗଣପର୍ବ ନୂଆଖାଇରେ ସାମାଜିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଭାବଗତର ଝଲକ ଦେଖିବାକୁ ମିଳିଥାଏ ଏବଂ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହାକୁ ଆନନ୍ଦ ଉଲ୍ଲାସ ସହ ପାଳନ କରିଥାନ୍ତି। ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଆଜି ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୮ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଥିବାବେଳେ ସକାଳ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ମଧ୍ୟରେ ଶୁଭଲଗ୍ନ ରହିଛି। ଏହି ସମୟ ମଧ୍ୟରେ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନଲାଗି ହେବ। ଏହାପରେ ଘରେ ଘରେ ସମସ୍ତେ ନବାନ୍ନ ଖାଇ ପାରିବେ ବୋଲି ନୂଆଖାଇ ପର୍ବ ପାଇଁ ଲଗ୍ନ ଧାର୍ଯ୍ୟ ହେବା ପରେ ସୂଚନା ଦିଆଯାଇଛି। ବ୍ରହ୍ମପୁରା ପଣ୍ଡିତ ମହାସଭାରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ବିଷ୍ଣୁସହସ୍ର ନାମ ପାଠ ପରେ ଶୁଭଲଗ୍ନ ବାହାରିଛି। ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟବୋର୍ଡ ତରଫରୁ ନୂଆଖାଇ ଲଗ୍ନ ପ୍ରକାଶ ପାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |