ଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣରେ ବ୍ୟାପକ ଅନିୟମିତତା

ଡାବୁଗାଁ(ମିହିର ଶଙ୍କର ପାତ୍ର), ,୨୭।୮: ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ୫୦ କିଲୋ ବସ୍ତାରେ ୩ରୁ ୫ କିଲୋ ଚାଉଳ କମ୍ ରହୁଥିବା ବେଳେ ଅଧିକାଂଶ ପେକେଟ ରେ ଖରାପ ଚାଉଳ ବାହାରୁଚି, କିଛି ବସ୍ତା ରେ ତ ପୁକୁଡା ଚାଉଳ ମଧ୍ୟ ବାହାରୁଛି।ମଧ୍ୟାହ୍ନ ଭୋଜନ ପରିଚାଳନା ଦାୟିତ୍ବରେ ଥିବା ଏସ୍ଏଚ୍‌ଜି ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଅନ୍ୟପଟେ ଏହାର ସିଧାସଳଖ ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ସ୍ୱାସ୍ଥ୍ୟ ଉପରେ ପଢୁଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ୧୦୯ଟି ବିଦ୍ୟାଳୟର ପ୍ରାୟ ୧୦ ହଜାର ଜଣ ଛାତ୍ରଛାତ୍ରୀଙ୍କ ନିମନ୍ତେ ସରକାର ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଉଛନ୍ତି । ଚୁକ୍ତି କରିଥିବା ସଂସ୍ଥା ବ୍ଳକର ସମସ୍ତ ବିଦ୍ୟାଳୟକୁ ଚାଉଳ ବଣ୍ଟନ କରୁଥିବା ବେଳେ ଖରାପ ଚାଉଳ, ପୁକୁଡା ଚାଉଳ ତାହାବି ପ୍ରତି ବସ୍ତାରେ ୩ରୁ ୫କିଲୋ ପର୍ଯ୍ୟନ୍ତ ଚାଉଳ କମ୍ ରହୁଛି। ନିୟମ ଅନୁଯାୟୀ ଚାଉଳ ବଣ୍ଟନ ଦାୟିତ୍ବରେ ଥିବା ସଂସ୍ଥା ଓଜନ ମେସିନ୍ ସାଥୀରେ ନେଇ ଚାଉଳ ଓଜନ କରି ବଣ୍ଟନ କରିବା କଥା। କିନ୍ତୁ ତାହା ଦେଖିବାକୁ ମିଳୁନି । ଚାଉଳ କମ୍ ଥିବା ସତ୍ତ୍ବେ ମଧ୍ୟ କେହି ମୁହଁ ଖୋଲୁନଥିବା ବିଷୟ ସାଧାରଣରେ ବିସ୍ମୟ ସୃଷ୍ଟି କରିଛି।ଏନେଇ ଦାୟିତ୍ଵରେ ଥିବା ଏବିଇଓଙ୍କୁ ଯୋଗାଯୋଗ କରିବାରୁ ସମାନ ଭାବେ ଓଜନ କରି ଚାଉଳ ବଣ୍ଟନ କରିବାର ନିୟମ ରହିଛି ବୋଲି ମାତପ୍ରକାଶ କରିଛନ୍ତି । ଅନ୍ୟପଟେ ଚାଉଳ କମ୍ ରହୁଥିବା ନେଇ କୌଣସି ଶିକ୍ଷକ କିମ୍ବା ଏସ୍ଏର୍‌ଜି ପକ୍ଷରୁ ଅଭିଯୋଗ କରାଯାଉନି। ଚାଉଳ ଗ୍ରହଣ କରିବା ପୂର୍ବରୁ କମ୍ ଥିବା ନେଇ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି କିନ୍ତୁ ଚାଉଳ ଜଗାନା କାରି ସଂସ୍ଥା ବିଦ୍ୟାଳୟ ଛୁଟି ଥିବା ସମୟରେ ନଚେତ ଅପରାହ୍ନ 4 ଘଣ୍ଟା ପରେ ଶିକ୍ଷକ ମାନେ କେହି ନଥିବା ସମୟରେ ସେଠାକୁ ଯାଇ ଚାଉଳ ବସ୍ତା ଅଲାଉ ଥିବା କହିଛନ୍ତି କିଛି ଶିକ୍ଷକ। ଅପରପକ୍ଷେ ଏହି ଚାଉଳ କିଏ ହଡ଼ପ କରୁଛି ସେ ନେଇ ତଦନ୍ତର ଆବଶ୍ୟକ‌ତା ଥିବା ନେଇ ସାଧାରଣରେ ମତ ପ୍ରକାଶ ପାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!