ଭୁବନେଶ୍ୱର,୨୮ା୮: CHSE ରେକର୍ଡ଼ ସପ୍ଲାୟର ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଦ୍ୱାରା ତାଙ୍କ ଘରେ ଚଢ଼ାଉ କରାଯାଇଛି । ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଭୁବନେଶ୍ୱର ଓ ଜଗତସିଂହପୁରର ୩ଟି ସ୍ଥାନରେ ଚଢ଼ାଉ ଚାଲିଛି ।CHSE ଅଧିକାରୀ ପୁରେନ୍ଦ୍ର ସେଠୀଙ୍କ ସରକାରୀ କାର୍ଯ୍ୟାଳୟ, ପଟିଆ ସ୍ଥିତ ଘରେ ଚଢ଼ାଉ ଜାରି ରହିଛି । ପଟିଆ କାନନ ବିହାରରେ ତାଙ୍କର ୪ ମହଲା ବିଶିଷ୍ଟ ବିଲ୍ଡିଂ ରହିଛି । ଜଗତସିଂହପୁର କେଉପଡ଼ା ସ୍ଥିତ ପୈତୃକ ଘରେ ଚଢ଼ାଉ ଚାଲିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |