ବନ୍ୟଜନ୍ତୁ ଶିକାର ରୋକିବାକୁ ନିୟୋଜିତ ହେବେ ୧୦ ସନ୍ଧାନୀ କୁକୁର

ଭୁବନେଶ୍ୱର,୨୮।୮: ଜଙ୍ଗଲ ଜଗିବେ ସନ୍ଧାନୀ କୁକୁର। ଓଡ଼ିଶାରେ ଥିବା ଅଭୟାରଣ୍ୟ ତଥା ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ରୋକିବାକୁ ସନ୍ଧାନୀ କୁକୁର ନିୟୋଜିତ ହେବେ। ଏ ସମ୍ପର୍କରେ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ବେଟ୍ ବମ୍ ବା ଶିକାର ପାଇଁ ପକାଯାଇଥିବା ବମ୍ ସନ୍ଧାନ କରିବ କୁକୁର। ଶିକାର ପାଇଁ ବିଛା ଯାଇଥିବା ତାର ବା ଜନ୍ତା ବି ସନ୍ଧାନ କରିବସେ କହିଛନ୍ତି ଯେ, ଅଭୟାରଣ୍ୟ ତଥା ସଂରକ୍ଷିତ ଜଙ୍ଗଲରେ ବେଟ୍ ବମ୍ ବା ଶିକାର ପାଇଁ ପକାଯାଉଥିବା ବମର ସନ୍ଧାନ କରିବେ ଏହି କୁକୁର। ଶିକାର ପାଇଁ ବିଛା ଯାଇଥିବା ତାର ବା ଜନ୍ତା ବି ସନ୍ଧାନ କରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ୫ଟି ବନ୍ୟପ୍ରାଣୀ ବନଖଣ୍ଡରେ ୧୦ଟି ତାଲିମପ୍ରାପ୍ତ ସନ୍ଧାନୀ କୁକୁର ନିୟୋଜିତ କରିବାକୁ ବନ ବିଭାଗ ନିଷ୍ପତ୍ତି ନେଇଛି। ଏହି ୫ ବନଖଣ୍ଡ ହେଲା ଶିମିଳିପାଳ, ସାତକୋଶିଆ, ଡେବ୍ରିଗଡ଼, ହିନ୍ଦୋଳ ଓ ଆଠଗଡ଼।ଏଥିପାଇଁ ସର୍ବଭାରତୀୟ ସ୍ତରରେ ଟେଣ୍ଡର ଆହ୍ୱାନ କରାଯିବ। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ସଂସ୍ଥା ଏଥିରେ ସାମିଲ୍ ହୋଇ ସନ୍ଧାନୀ କୁକୁର ଯୋଗାଇବା, ସେମାନଙ୍କୁ ତାଲିମ୍ ଦେବା ଭଳି କାର୍ଯ୍ୟ କରିବେ ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!