ନୂଆଦିଲ୍ଲୀ,୨୯।୮: ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ମୁଖ୍ୟ ସଂସଦୀୟ ସଚିବଙ୍କ ଦରମା ଏବଂ ଭତ୍ତା ଦୁଇ ମାସ ବିଳମ୍ବରେ ମିଳିବ। ରାଜ୍ୟରେ ଚାଲିଥିବା ଆର୍ଥିକ ଶଙ୍କଟ ମଧ୍ୟରେ ଉଚ୍ଚ ପଦାଧିକାରୀମାନେ ଏପରି ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ବିଧାନସଭାରେ ଏନେଇ ପ୍ରସ୍ତାବ ଦେବା ପରେ ସମସ୍ତେ ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି।ଏପରିକି ବିଧାୟକମାନେ ମଧ୍ୟ ଦରମା ଓ ଭତ୍ତା ଦୁଇ ମାସ ବିଳମ୍ବରେ ନେବା ପାଇଁ ନିଜ ଆଡ଼ୁ ସହମତି ପ୍ରକାଶ କରିଛନ୍ତି।ଆଜି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଗୃହରେ ପ୍ରସ୍ତାବ ରଖି କହିଥିଲେ, “ବର୍ତ୍ତମାନ ରାଜ୍ୟର ଆର୍ଥିକ ସ୍ଥିତି ଭଲ ନାହିଁ। ତେଣୁ କ୍ୟାବିନେଟ ସଦସ୍ୟ ତଥା ମୁଖ୍ୟ ସଂସଦୀୟ ସଚିବଙ୍କ ଦରମା ଏବଂ ଭତ୍ତା ଦୁଇମାସ ବିଳମ୍ବ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆପଣମାନେ ସ୍ୱେଚ୍ଛାକୃତ ଭାବେ ଏହି ନିଷ୍ପତ୍ତିରେ ସହମତ ହୁଅନ୍ତୁ ବୋଲି ଅନୁରେଧ କରିବି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |