ନନ୍ଦନକାନନରେ ୫ ନୂଆ ସଦସ୍ୟ

ଭୁବନେଶ୍ୱର,୨୯ା୮: ନନ୍ଦନକାନନକୁ ଆସିଲେ ନୂଆ ଅତିଥି। ୫ ଶାବକ ଜନ୍ମଦେଲା ସିଂହୀ ବିଜଲୀ। ୨୦୨୦ ମସିହାରେ ଇନ୍ଦୋରରୁ ଆସିଥିଲା ଏହି ବିଜଲୀ। ବିଜଲୀ ୫ ଶାବକଙ୍କୁ ଜନ୍ମଦେବା ପରେ ନନ୍ଦନକାନନରେ ସିଂହ ସଂଖ୍ୟା ବୃଦ୍ଧି ଘଟିଛି। ଉଭୟ ମାଆ ଏବଂ ଶାବକଙ୍କୁ ପ୍ରାଣୀ ଉଦ୍ୟାନ ଚିକିତ୍ସାଳୟର ଫିଡିଙ୍ଗ ଚାମ୍ବରରେ ସିସିଟିଭି ନଜରରେ ରଖାଯାଇଛି। ଯେପରି କୌଣସି ଅସୁବିଧା ନ ଘଟେ ସେଥିପ୍ରତି ନଜର ରଖିବାକୁ କତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ବିଜଲୀ ଅନେକ ଶାବକଙ୍କୁ ଜନ୍ମ ଦେଇସାରିଛି।୨୦୨୦ରେ ଇନ୍ଦୋର ଚିଡ଼ିଆଖାନାରୁ ନନ୍ଦନକାନନକୁ ଆସିଥିଲା ବିଜ୍‌ଲୀ। ତାକୁ ଏବେ ୯ ବର୍ଷ ହୋଇଛି। ସେ ଚତୁର୍ଥ ଥର ପାଇଁ ମା’ ହୋଇଛି। ୨୦୨୧ରେ ସେ ପ୍ରଥମ ଥର ମା’ ହୋଇଥିଲା। ସେତେବେଳେ ସେ ୩ଟି ଶାବକ ଜନ୍ମ ଦେଇଥିଲା। ସେଥିରୁ ଦୁଇଟି ମରି ଯାଇଥିଲେ। କେବଳ ବର୍ଷା ବଞ୍ଚିଥିଲା। ୨୦୨୨ ମାର୍ଚ୍ଚରେ ପୁଣି ମା’ ହୋଇଥିଲା ବିଜ୍‌ଲୀ। ସେ ଗୋଟିଏ ଛୁଆ ଜନ୍ମ କରିଥିଲା। ସେ ବଞ୍ଚିଛି। ତା’ ନାଁ କାମିନୀ। ୨୦୨୨ରେ ନଭେମ୍ବରରେ ତୃତୀୟ ଥର ପାଇଁ ମା’ ହୋଇଥିଲା ବିଜ୍‌ଲୀ। ସେଥର ସେ ୫ଟି ଛୁଆ ଜନ୍ମ କରିଥିଲା। ସେଥିରୁ ଗୋଟିଏ ମରି ଯାଇଥିଲା। ବାକି ୪ଟି ବଞ୍ଚିଥିଲେ। ସେଥିରୁ ଦୁଇଟିକୁ ଅଲିପୁର ଚିଡ଼ିଆଖାନାକୁ ପ୍ରଦାନ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!