ନୂଆଦିଲ୍ଲୀ,୨୯।୮:ଭାରତ ଆଜି ବିଶାଖାପାଟଣାରେ ନିଜର ଦ୍ୱିତୀୟ ପରମାଣୁ ବୁଡ଼ାଜାହାଜ ଆଇଏନଏସ ଅରିଘାତକୁ ନୌସେନାରେ ସାମିଲ କରିଛି। ଅରିହନ୍ତ ଶ୍ରେଣୀର ଏହି ବୁଡ଼ାଜାହାଜ ଭାରତର ଆଣବିକ ଶକ୍ତିକୁ ସୁଦୃଢ଼ କରିବା ସହ ପରମାଣୁ ପ୍ରତିରୋଧ ଶକ୍ତି ବୃଦ୍ଧି କରିବ। ଆଇଏନଏସ ଅରିଘାତ ରଣନୈତିକ ସନ୍ତୁଳନ ଓ ଶାନ୍ତି ପ୍ରତିଷ୍ଠା କରିବାରେ ସହାୟକ ହେବ ଏବଂ ଦେଶର ସୁରକ୍ଷାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହାକୁ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡରେ ସାମିଲ କରାଯାଇଛି। ସ୍ୱଦେଶ ଜ୍ଞାନକୌଶଳରେ ନିର୍ମାଣ ହୋଇଥିବା INS Arighaatରେ ଅନେକ ପ୍ରକାରର ନୂତନ ଜ୍ଞାନକୌଶଳକୁ ବ୍ୟବହାର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ INS Arighatକୁ ଭାରତୀୟ ନୌସେନାରେ ସାମିଲ କରାଇଛନ୍ତି। ଆଣବିକ ଇନ୍ଧନରେ ଚାଲୁଥିବା ଓ ଆଣବିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହିତ ସଜ୍ଜିତ ଏହି ବୁଡ଼ାଜାହାଜ ଅରିହନ୍ତ ଶ୍ରେଣୀର ଏକ ଅତ୍ୟାଧୁନିକ SSBN ଅଟେ। ଏହା ବିଶାଖାପଟନମରେ ଅବସ୍ଥିତ ଜାହାଜ ନିର୍ମାଣ କେନ୍ଦ୍ରରେ ତିଆରି ହୋଇଛି। ଏହାର ଓଜନ ପ୍ରାୟ ୬୦୦ ଟନ। ଲମ୍ବ ପ୍ରାୟ ୧୧୩ ମିଟର। INS Arighaatର ବିମ୍ ୧୧ ମିଟର ଓ ଡ୍ରାଫ୍ଟ ହେଉଛି ୯.୫ ମିଟର।ଏହା ପାଣି ତଳେ ୯୮୦ରୁ ୧୪୦୦ ଫୁଟ ଗଭୀରକୁ ଯାଇପାରିବ। ଏହାର ରେଞ୍ଜ ଅସୀମିତ। ଏହାର ଅର୍ଥ, ଯଦି ରକ୍ଷଣାବେକ୍ଷଣ ଠିକ ରହିଛି, ତେବେ ଏହା ଅସୀମିତ ସମୟ ପାଇଁ ସମୁଦ୍ର ଭିତରେ ସେବା ଯୋଗାଇ ପାରିବ।INS Arighaatରେ 12 K15 SLBM ଖଞ୍ଜା ଯାଇଛି। ବୁଡ଼ାଜାହାଜରୁ ଉତକ୍ଷେପଣ ହେବାକୁ ଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସୀମା ୭୫୦ କିମି। ଏଥିରେ ଚାରୋଟି K4 କ୍ଷେପଣାସ୍ତ୍ର ମଧ୍ୟ ଅଛି, ଯାହାର ରେଞ୍ଜ ୩୫୦୦ କିମି। ଏହା ବ୍ୟତୀତ ବୁଡ଼ାଜାହାଜରେ ୨୧ ଇଞ୍ଚର ୬ଟି ଟର୍ପେଡୋ ଖଞ୍ଜା ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |