‘ନୂଆ-ଓ’ କାର୍ଯ୍ୟକ୍ରମକୁ ବନ୍ଦ କଲେ ମୋହନ ସରକାର

ଭୁବନେଶ୍ୱର,୩୦।୮:  ବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ମୋହନ ସରକାର । ଆରମ୍ଭ ହେବ ଫାଇନାନ୍ ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ । ରାଜ୍ୟରେ ଆରମ୍ଭ ହେବ ଫାଇନାନ୍ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ । ଚଳିତ ବର୍ଷଠାରୁ ରାଜ୍ୟ ସରକାର ଏହି ଯୋଜନାର ଆରମ୍ଭ କରିବେ । ଏହି ଯୋଜନାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲିଛି । ବିଧାୟକ ଚନ୍ଦ୍ରମଣି କହଁରଙ୍କ ଏକ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି ।ସେହିପରି ରାଜ୍ୟ ସରକାର ପୁଣି ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ କରିବେ । ୨୦୨୦ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ପୁଣି ଥରେ ସଂଶୋଧନ ହେବ । ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଜବାବ ରଖିଛନ୍ତି । ପୁରୁଣା ଢାଞ୍ଚ ଫେରିବ ଓ ସିନେଟ ବ୍ୟବସ୍ଥା ରହିବା ସହ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ବଜାୟ ରହିବ । ବିଶ୍ୱିଦ୍ୟାଳୟଗୁଡ଼ିକୁ ନିଯୁକ୍ତି କ୍ଷମତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଥିଲେ । ସୂଚନାଯୋଗ୍ୟ ଯେ, ୧୯୮୯ ବିଶ୍ୱବିଦ୍ୟାଳୟ ଆଇନକୁ ପୂର୍ବ ବିଜେଡି ସରକାର ୨୦୨୦ ମସିହା ନଭେମ୍ବର ମାସରେ ସଂଶୋଧନ କରିଥିଲେ । ଏବେ ଉକ୍ତ ଆଇନକୁ ରାଜ୍ୟ ସରକାର ସଂଶୋଧନ କରିବେ ବୋଲି ମନ୍ତ୍ରୀ ସୂରଜ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!