ନୂଆଦିଲ୍ଲୀ,,୩୦।୮:ପ୍ୟାରିସ୍ ପାରାଲିମ୍ପିକ୍ସରେ ଚମକିଲା ଭାରତ। ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତକୁ ମିଳିଛି ପୁଣି ଏକ ବଡ଼ ସଫଳତା । ଭାରତ ଜିତିଛି ଚତୁର୍ଥ ପଦକ । ପୂର୍ବରୁ ଭାରତ ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂରେ ଦୁଇଟି ପଦକ ଜିତିଥିବା ବେଳେ ୧୦୦ ମିଟର ଟି୩୫ ରେସରେ ଭାରତୀୟ ଧାବିକା ପ୍ରୀତି ପାଲ ନିଜର ପ୍ରଥମ ପାରାଅଲିମ୍ପିକ୍ସ ପଦକ ଭାବେ ବ୍ରୋଞ୍ଜ ଜିତଥିଲେ । ତେବେ ଏହା ମଧ୍ୟରେ ଭାରତୀୟ କ୍ରୀଡ଼ାବିତ୍ ମନୀଷ ନରୱାଲ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଏସଏଚ୧ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି । ମାତ୍ର ୨.୫ ଅଙ୍କ ବ୍ୟବଧାନ କାରଣରୁ ମନୀଷ ସ୍ୱର୍ଣ୍ଣ ପଦକ ଜିତିବାରୁ ବଞ୍ଚିତ ହୋଇଥିଲେ ।ଦ୍ଵିତୀୟ ଦିନରେ ଦୁଇ ଦୁଇଟି ପଦକ ନିଜ ନାଁରେ କରିଛି ଭାରତ। ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଗୋଟିଏ ସ୍ଵର୍ଣ୍ଣ ପଦକ ସହ ଦୁଇଟି ପଦକ ଦେଇଥିବା ପାରା ଶୁଟର ଅବନୀ ଲେଖରା ପ୍ୟାରିସ୍ ପାରାଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସଏଚ୧ ଇଭେଣ୍ଟରେ ଦେଶକୁ ସ୍ଵର୍ଣ୍ଣ ପଦକ ଦେଇଛନ୍ତି ଶୁଟର ଅବନୀ ଲେଖରା। ଏଥିସହ ସମାନ ଇଭେଣ୍ଟରେ କାଂସ୍ୟ ପଦକ ହାତେଇଛନ୍ତି ମୋନା ଅଗ୍ରଓ୍ବାଲ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |