ରାଜଧାନୀକୁ ବାର୍ଡ ଫ୍ଲୁ ; ଚିକେନ ନ ଖାଇବାକୁ ସତର୍କ କରିଛି ବିଏମସି

ଭୁବନେଶ୍ୱର,୩୧ା୮: ଭୁବନେଶ୍ୱର ଉପକଣ୍ଠରେ ବାର୍ଡ ଫ୍ଲୁ ବ୍ୟାପିଥିବାରୁ ରାଜଧାନୀବାସୀଙ୍କୁ ସତର୍କ କରିଛି ବିଏମସି। ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ ଆଣିବାକୁ ରାଜଧାନୀର କୁକୁଡ଼ା ବ୍ୟବସାୟୀଙ୍କୁ ନୋଟିସ କରାଯାଇଛି। ଏଥିସହ କୁକୁଡ଼ାଙ୍କ ଅସ୍ୱାଭାବିକ ମୃତ୍ୟୁ ହେଲେ ଏଣେ ତେଣେ ନ ଫିଙ୍ଗି ପୋତିବା ସହ ବ୍ଲିଚିଂ ପାଉଡର ପକାଇବାକୁ ବିଏମସି ପକ୍ଷରୁ କୁହାଯାଇଛି। ଯଦି କୁକୁଡ଼ା ସଂସ୍ପର୍ଶରେ ଆସି କୌଣସି ବ୍ୟକ୍ତି ବା ଶିଶୁଙ୍କର ଜ୍ୱର, ଛିଙ୍କ, କାଶ ଲାଗି ରୁହେ ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ ବୋଲି କୁହାଯାଇଛି।ଏଥିସହିତ ଭୁବନେଶ୍ୱର ଉପକଣ୍ଠରେ ବାର୍ଡ ଫ୍ଲୁ ବ୍ୟାପି ଥିବାରୁ ରାଜଧାନୀବାସୀ କିଛି ଦିନ ଚିକେନ ନ ଖାଇବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ।ସେ କହିଛନ୍ତି, ଭୁବନେଶ୍ୱରର ଆଖପାଖ ଅଞ୍ଚଳରେ ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମଣ ଦେଖାଦେଇଛି। ଏଥିପାଇଁ ବିଏମିସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। କୁକୁଡ଼ା ବ୍ୟବସାୟୀଙ୍କୁ ବାହାରୁ କୁକୁଡ଼ା ନ ଆଣିବାକୁ ନିର୍ଦ୍ଦେଶ ଦେଇଛୁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!