ନନ୍ଦନକାନନକୁ ଆସିଲେ ନୂଆ ଅତିଥି

ଭୁବନେଶ୍ଵର,୨ା୯:ଭୁବନେଶ୍ୱରସ୍ଥିତ ନନ୍ଦନକାନନକୁ ଆସିଲେ ନୂଆ ଅତିଥି। କୋଲକାତା ଆଲିପୁର ଚିଡ଼ିଆଖାନାରୁ ଅଣାଯାଇଛି ଗୋଟିଏ ଯୋଡ଼ା ଜିରାଫ୍। ଦେଢ଼ ବର୍ଷର ପୁରୁଷ ଓ ବର୍ଷେ ୧ ମାସର ମାଈ ଜିରାଫ ଗତକାଲି ରାତିରେ ନନ୍ଦନକାନନରେ ଆସି ପହଞ୍ଚିଛନ୍ତି।ଆଲିପୁର ଚିଡ଼ିଆଖାନାରୁ ଗତ ୩୧ ତାରିଖ ରାତିରେ ବାହାରିଥିବା ଜିରାଫକୁ ନେଇ ବାହାରିଥିବା ସ୍ୱତନ୍ତ୍ର କଣ୍ଟେନର୍ ୨୫ ଘଣ୍ଟାର ଅପରେସନ୍ ପରେ ନନ୍ଦନକାନନରେ ପହଞ୍ଚିଥିଲା। କୋଲକାତାରୁ ଭୁବନେଶ୍ୱର ଅଣାଯିବା ପାଇଁ ବନ ବିଭାଗ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କଡ୍ରନ୍ କରାଯାଇଥିଲା। ଏହି ରୁଟରେ ଥିବା ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧାର ଜିଲ୍ଲାପାଳ ଓ ଏସପି, DFOଙ୍କୁ ଟ୍ରାଫିକ କ୍ଲିଏରାନ୍ସ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ।ଦୀର୍ଘ ୮ବର୍ଷ ଧରି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଜିରାଫ୍ ଆଣିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ରବିବାର ରାତିରେ କଲକାତାସ୍ଥିତ ଆଲିପୁର ଚିଡିଆଖାନାରୁ ଦୁଇଟି ଗାଡି ଯୋଗେ ମାଈ ଓ ଏକ ଅଣ୍ଡିରା ଜିରାଫ୍ ନନ୍ଦନକାନନ ଆସିଛନ୍ତି। ଏହି ଦୁଇ ଜିରାଫ୍ ଆସିବା ପରେ ନନ୍ଦନକାନନରେ ଜିରାଫ୍ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଅନ୍ୟପଟେ ପ୍ରାଣୀ ଉଦ୍ୟାନରେ ଥିବା ଜିରାଫ୍ ଖୁସିକୁ ଆଉ ଏକ ସାଥି ମିଳିଯାଇଛି। ଏବେ ଜିରାଫ୍ ଖୁସିକୁ ଆଉ ଏକାକୀ ଜୀବନ ବିତାଇବାକୁ ପଡିବନାହିଁ ବୋଲି କହିଛନ୍ତି ନନ୍ଦନକାନନ ଉପ ନିର୍ଦେଶକ ସନଥ କୁମାର ନାରାୟଣ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!